ବିବାହର ୬ ମାସ ପରେ ଜୀବନ ହାରିଲେ ଆଇଟି ଇଂଜିନିୟର

ବିବାହର ୬ମାସ ପରେ ଜଣେ ୨୫ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବୀକା ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ସ୍ବାମୀଙ୍କ ନାମ ସତିଶ ବୋଲି ଜଣାଯାଇଛି। ଦେବୀକା ରବିବାର ରାତିରେ ତାଙ୍କ ହାଇଦ୍ରାବାଦ ଘରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ। ତାଙ୍କ ସ୍ୱାମୀ ସତୀଶ, ସେ ମଧ୍ୟ ଜଣେ ଆଇଟି ଇଂଜିନିୟର, ପୋଲିସ ଏବଂ ଦେବୀକାଙ୍କ ପରିବାରକୁ ସୂଚନା ଦେଇଥିଲେ ଯେ ସେ ଆତ୍ମହତ୍ୟା କରିଛନ୍ତି।
ସୂଚନା ମୁତାବକ, ଦେବୀକା ଏବଂ ସତୀଶ ସହକର୍ମୀ ଥିଲେ। ଏକାଠି କାମ କରିବା ସମୟରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା। ଦେବୀକା ଓ ସତିଶ ଛଅ ମାସ ତଳେ ଗୋଆରେ ଏକ ଭବ୍ୟ ସମାରୋହରେ ପରସ୍ପରକୁ ବିବାହ କରିଥିଲେ। ବିବାହ ପରେ ପରେ ସତିଶ ତାଙ୍କୁ ଯୌତୁକ ଆଣିବା ନେଇ ଚାପ ପକାଉଥିଲେ। ଏଥିରେ ବିରକ୍ତ ହୋଇ ଦେବିକା ରବିବାର ରାତିରେ ଶୋଇବା ଘରେ ବେକରେ ରଶି ଲଗାଇ ଜୀବନ ହାରିଥିଲେ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ରବିବାର ରାତିରେ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥିଲା ଯାହା ପରେ ଦେବିକା ନିଜକୁ ଏକ କୋଠରୀରେ ବନ୍ଦ କରି ଦେଇଥିଲେ। ସେ ସତୀଶଙ୍କ ଡାକର କୌଣସି ଉତ୍ତର ଦେଇ ନଥିଲେ ଏବଂ ସେ ଭାବିଥିଲେ ଯେ ଦେବିକା ଶୋଇପଡ଼ିଛନ୍ତି। ପରଦିନ ସକାଳେ ଯେତେବେଳେ ସେ ଘରୁ ବାହାରକୁ ନ ଆସିଲେ, ସେ କବାଟ ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ତା’ପରେ ସେ ପୋଲିସ ଏବଂ ତାଙ୍କ ପରିବାରକୁ ଖବର ଦେଇଥିଲେ।
ତେବେ ପୁଲିସରେ ଅଭିଯୋଗ ହେବା ପରେ ଏବେ ଦେବୀକାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜିବାରେ ଲାଗିପଡ଼ିଛି ପୁଲିସ।
Powered by Froala Editor