କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଜାମିନ୍

ଅଲମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ମାର୍ଚ୍ଚ ୪ ତାରିଖରେ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ସାଗର ଧନଖଡ଼ଙ୍କ ହତ୍ୟାକାଣ୍ଡ ମାମଲାରେ ଜାମିନ ଦେଇଛନ୍ତି । ଜଷ୍ଟିସ୍ ସଞ୍ଜିବ ନରୁଲା ୫୦ ହଜାର ଟଙ୍କା ଜରିମାନାରେ ଏହି ବେଲ୍ ପ୍ରଦାନ କରିଛନ୍ତି ।
୨୦୨୧ରେ ମଇ ୪ ତାରିଖରେ ସୁଶୀଲ କୁମାର ଛତ୍ରସାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧା ଖେଳ ଆୟୋଜନ କରିଥିଲେ । ଏହି ସମୟରେ ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖଡଙ୍କ ଉପରେ କୌଣସି କାରଣରୁ ସୁଶୀଲ କୁମାର ଆକ୍ରମଣ କରିଥିଲେ। ଧନଖଡଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ଧନଖଡଙ୍କ ମୃତ୍ୟୁର ୧୮ ଦିନ ପରେ ସୁଶୀଲଙ୍କୁ ପୋଲିସ ଗିରଫ କରିଥିଲା ।
ସାଗରଙ୍କୁ ହତ୍ୟା କରିବାରେ ସୁଶୀଲଙ୍କ ବ୍ୟତୀତଙ୍କ ତାଙ୍କ ସାଙ୍ଗ ସୋନୁ ଏବଂ ଅନ୍ୟ ୩ ଜଣଙ୍କ ହାତ ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଥିଲା। ସୁଶୀଲ କୁମାରଙ୍କୁ ହାଇକୋର୍ଟର ବିଚାରପତି ସଞ୍ଜୀବ ନରୁଲା ୫୦ ଟଙ୍କାର ବଣ୍ଡରେ ଜାମିନ ଦେଇଛନ୍ତି । ଏହାପୂର୍ବରୁ ଜୁଲାଇ ୨୦୨୩ରେ ସୁଶୀଲଙ୍କ ଆଣ୍ଠୁର ଅସ୍ତ୍ରୋପଚାର ପାଇଁ ୭ ଦିନର ଅନ୍ତରୀଣ ଜାମିନ ମିଳିଥିଲା ।
Powered by Froala Editor