ଆକାଶ ଆନନ୍ଦ ବିଏସପିରୁ ବହିଷ୍କୃତ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବହୁଜନ ସମାଜ ପାର୍ଟି (BSP) ମୁଖ୍ୟ ମାୟାବତୀ ଭଣଜା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବାର ଗୋଟିଏ ଦିନ ପରେ ତାଙ୍କୁ ବିଏସପିରୁ ବହିଷ୍କାର କରିଛନ୍ତି।
ସୋସିଆଲ୍ ମିଡିଆରେ ଏକ୍ସରେ ସେ ଏକ ପୋଷ୍ଟ କରି ପୁତୁରାଙ୍କୁ କାଢିଥିବାର କାରଣ କହିଛନ୍ତି । ସେ କହିଛନ୍ତି ଯେ, ବିଏସପିର ସର୍ବଦଳୀୟ ବୈଠକରେ ତାଙ୍କ ପୁତୁରା ଦଳୀୟ ହିତ ଠାରୁ ଦୂରେଇ ପାର୍ଟିରୁ ବହିଷ୍କୃତ ହୋଇଥିବା ତାଙ୍କ ଶ୍ବଶୁର ଅଶୋକ ସିନ୍ଧାନ୍ତ ଙ୍କ ସହ ଅଧିକ ମିଳାମିଶା କରୁଥିବା କାରଣରୁ ତାଙ୍କୁ ଦଳର ସଂଯୋଜକ ପଦ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦବୀରୁ ହଟାଯାଇଥିଲା । ଯାହା ପରେ ସେ ପଶ୍ଚାତାପ କରି ଆହୁରି ଅଧିକ ତାଙ୍କ ଭୁଲର ଆତ୍ମସମୀକ୍ଷା କରିବା କଥା । କିନ୍ତୁ ସେ ଠିକ୍ ତାର ଓଲଟା କରିଛନ୍ତି । ତାଙ୍କୁ କଢାଯିବା ପରେ ସେ ଏକ ଲମ୍ବା ଚଉଡା ପ୍ରତିକ୍ରିୟା ରଖିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, ଆକାଶ ଦେଇଥିବା ଲମ୍ବା ଉତ୍ତର ତାଙ୍କର ଅନୁତାପ ଏବଂ ରାଜନୈତିକ ପରିପକ୍ୱତାର ସଙ୍କେତ ନୁହେଁ, ବରଂ ଏହା ପ୍ରାୟତଃ ସ୍ବାର୍ଥପର, ଅହଂକାରୀ। ପରମ ପୂଜ୍ୟ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଆତ୍ମସମ୍ମାନ ଏବଂ ସ୍ବାଭିମାନ ଆନ୍ଦୋଳନର ସ୍ବାର୍ଥରେ ଏବଂ ପୂଜ୍ୟ କାଂଶୀରାମଙ୍କ ଶୃଙ୍ଖଳାର ପରମ୍ପରାକୁ ଅନୁସରଣ କରି, ଆକାଶ ଆନନ୍ଦଙ୍କୁ ତାଙ୍କ ଶ୍ୱଶୁରଙ୍କ ପରି, ଦଳ ଏବଂ ଆନ୍ଦୋଳନର ସ୍ବାର୍ଥରେ ଦଳରୁ ବହିଷ୍କାର କରାଯାଉଛି।
Powered by Froala Editor