ଟିକା ନେବା ପରେ ଦୃଷ୍ଟିଶକ୍ତି ଫେରିପାଇଲେ ମହିଳା

ୱାଶିମ : କରୋନା ଟିକାକୁ ନେଇ ଅନେକ ଭ୍ରାନ୍ତ ଧାରଣା ଏବେ ବି ହଟିନାହିଁ । ଦେଶରେ ଟିକାକରଣ ତ୍ୱରାନ୍ୱିତ ହୋଇଥିଲେ ସୁଦ୍ଧା ଅନେକ ସଂଖ୍ୟାରେ ଲୋକ ଏବେ ବି ଟିକା ନେବାପାଇଁ ପଛଘୁଂଚା ଦେଉଛନ୍ତି । କିନ୍ତୁ କିଛି କ୍ଷେତ୍ରରେ ଟିକା ନେଇଥିବା ଲୋକ ସକରାତ୍ମକ ଫଳ ପାଉଥିବା ଦେଖିବାକୁ ମିଳିଛି । ଏକ ଅପ୍ରତ୍ୟାଶିତ ଘଟଣାରେ ମହାରାଷ୍ଟ୍ର ୱାଶିମ ଜିଲ୍ଲାର ଜଣେ ମହିଳା କରୋନା ଟିକା ନେବାପରେ ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି । ୱାଶିମ ଜିଲ୍ଲା ଅଧୀନସ୍ଥ ବାନେ୍ଦରୱାଡ଼ି ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ମଥୁରାବାଇ ବିଦଭେ । ଗତ ୯ ବର୍ଷ ଧରି ସେ ଅନ୍ଧକାର ମଧ୍ୟରେ ଥିଲେ । ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଆଖି ଡୋଳା ଧଳା ପଡ଼ି ଯାଇଥିଲା । ସେ ତାଙ୍କ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବେ ହରାଇ ଦେଇଥିଲେ । କିନ୍ତୁ କରୋନା ଟିକା ନେବାପରେ ଚମକôାର ହୋଇଛି । ମଥୁରାବାଇ ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି । ମଥୁରାବାଇ ଜୁନ ୨୬ରେ ପ୍ରଥମ ଡୋଜ କୋଭିସିଲ୍ଡ ଟିକା ନେଇଥିଲେ । ତେବେ ଟିକା ନେବାପରେ ତାଙ୍କ ଗୋଟିଏ ଆଖିରେ ୩୦ରୁ ୪୦ ପ୍ରତିଶତ ଦୃଷ୍ଟିଶକ୍ତି ଫେରିଥିବା ସେ କହିଛନ୍ତି ।
Powered by Froala Editor