ପୁଣେ ବସ ଡିପୋରେ ରେପ୍ ମାମଲା ବଡ଼ ବୟାନ ଦେଲେ ପୂର୍ବତନ ଚନ୍ଦ୍ରଚୂଡ଼

ମହାରାଷ୍ଟ୍ର ପୁଣେର ସ୍ବାରଗେଟ ବସ ଡିପୋରେ ଏକ ବସ ଭିତରେ ଜଣେ ମହିଳାଙ୍କ ସହ ହୋଇଥିବା ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ସନ୍ଧାନ ଜୋରଦାର ହୋଇଛି। ପଳାତକ ଅପରାଧୀଙ୍କ ପାଇଁ କଠୋର ଦଣ୍ଡ ପାଇଁ ସାରା ଦେଶରେ ଦାବି ବଢ଼ୁଛି । ଏହି ସମୟରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି, ଖାଲି ଆଇନ ତିଆରି କରି ଦେଲେ ହେବ ନାହିଁ । ଏହାକୁ କାର୍ଯ୍ୟକାରୀ କରିବା ଦରକାର ।
ସେ କହିଛନ୍ତି, “ମହିଳାଙ୍କ ପାଇଁ ପ୍ରସ୍ତୁତ ଆଇନଗୁଡିକ ସଠିକ୍ ଭାବରେ କାର୍ଯ୍ୟକାରୀ କରାଯିବା ଉଚିତ୍। ମହିଳାମାନେ ଯେଉଁଆଡେ ଯାଆନ୍ତି ନିଜକୁ ନିରାପଦ ମନେ କରିବା ଉଚିତ୍। ଏଭଳି ପରିସ୍ଥିତିରେ ସଠିକ୍ ଅନୁସନ୍ଧାନ, କଠୋର କାର୍ଯ୍ୟ।ନୁଷ୍ଠାନ, ଶୀଘ୍ର ବିଚାର ଏବଂ ଦଣ୍ଡ ଆବଶ୍ୟକ।”
ବିରୋଧୀ ଦଳଗୁଡ଼ିକ ଏହି ଘଟଣାକୁ ୨୦୧୨ ଦିଲ୍ଲୀ ନିର୍ଭୟା ମାମଲା ସହିତ ତୁଳନା କରିଛନ୍ତି, ଯାହା ସରକାରଙ୍କ ଉପରେ ଚାପ ବୃଦ୍ଧି କରିଛି। ହିଷ୍ଟ୍ରି-ସିଟର ଦତ୍ତାତ୍ରେୟ ରାମଦାସ ଗାଡେ (୩୭)ଙ୍କୁ ଗିରଫ କରିବା ପାଇଁ ପୋଲିସ ଅନେକ ସ୍ବତନ୍ତ୍ର ଟିମ୍ ଗଠନ କରିଛି। ପୁଣେ ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ଅଭିଯୁକ୍ତଙ୍କ ସ୍ଥାନ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ।
Powered by Froala Editor