ଦିଲ୍ଲୀ ଏନସିଆରରେ ଭୂକମ୍ପ

ସୋମବାର ରାତିରେ ରାଜଧାନୀ ଦିଲ୍ଳୀ ଏବଂ ଏନସିଆରରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ରିକ୍ଟର ସ୍କେଲ୍ରେ ତୀବ୍ରତା ଥିଲା ୩.୭ । ଏହା ଦ୍ବାରା କୌଣସି ବଡ଼ ଦୁର୍ଘଟଣା ଘଟିଥିବା ନେଇ ସୂଚନା ନାହିଁ। ହରିୟାଣାର ଇଜ୍ଜରରେ ଭୂକମ୍ପର କେନ୍ଦ୍ର ଥିଲା। ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଲାଗିବା ପରେ ଲୋକେ ଭୟଭୀତ ହୋଇଯାଇଥିଲେ।
ଚଳିତବର୍ଷ ଫେବୃଆରୀରେ ଉତ୍ତର ଭାରତରେ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଥିଲା। ଦିଲ୍ଲୀ ଏନସିଆର ବ୍ୟତୀତ ରାଜସ୍ଥାନ, ଜାମ୍ମୁକାଶ୍ମୀର, ହିମାଚଳପ୍ରଦେଶରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୩ ଥିଲା। ଏହାର କେନ୍ଦ୍ର ତାଜକିସ୍ତାନ ଥିଲା। ଦିଲ୍ଲୀ-ଏନସିଆରରେ ପ୍ରାୟତଃ ଭୂକମ୍ପ ଆସେ। କିନ୍ତୁ ଆଶ୍ବସ୍ତିକର କଥା ହେଉଛି ପ୍ରାୟ ଭୂକମ୍ପର ତୀବ୍ରତା କମ୍ ରହୁଛି।
Powered by Froala Editor