ଟିଏମ୍ସିରେ ମିଶିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ

କୋଲକାତା: କଂଗ୍ରେସକୁ ପୁଣି ଝଟ୍କା ଲାଗିଛି । ପଶ୍ଚିମବଙ୍ଗରେ ଦଳ ଛାଡ଼ି ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ସାମିଲ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଦିବଂଗତ ନେତା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ । ଟିଏମ୍ସି କର୍ମୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ମିଶିଛନ୍ତି । ଏହା ଟିଏମ୍ସିକୁ ଆହୁରି ମଜଭୁତ୍ କରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଅଭିଜିତ ରାଜନୀତିରେ ଆସିବା ପୂର୍ବରୁ ସରକାରୀ ଚାକିରି କରୁଥିଲେ । ରାଷ୍ଟ୍ରପତି ହେବାପରେ ପ୍ରଣବ ମୁଖାର୍ଜୀଙ୍କ ପଶ୍ଚିମବଙ୍ଗର ଜଙ୍ଗୀପୁର ଲୋକସଭା ଆସନ୍ ଖାଲି ଥିଲା। ୨୦୧୨ରେ ଅଭିଜିତ୍ କଂଗ୍ରେସରୁ ଟିକେଟ ପାଇ ସେଠାରୁ ନିର୍ବାଚନ ଜିତିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ସେ ଜଙ୍ଗୀପୁରରୁ ପୁଣିଥରେ ସାଂସଦ ହୋଇଥିଲେ । କିନ୍ତୁ ୨୦୧୯ ରେ ଲୋକସଭା ନିର୍ବାଚନରେ ସେ ହାରି ଯାଇଥିଲେ ।
ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଗଢ଼ିବା ପରେ ଏବେ ବହୁ ନେତା ଟିଏମ୍ସିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ଏଭଳିକି ଯେଉଁମାନେ ଦଳ ଛାଡ଼ି ଗତ ନିର୍ବାଚନ ବେଳେ ବିଜେପିରେ ଯୋଗଦେଇଥିଲେ ସେମାନେ ମଧ୍ୟ ପୁଣି ଥରେ ଟିଏମ୍ସିକୁ ଫେରୁଛନ୍ତି । ନିକଟରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ଟିଏମ୍ସିରେ ମିଶିଥିବା ବେଳେ ଏବେ ଅଭିଜିତ୍ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଆଉ କିଛି ଜଣ ଦଳରେ ଯୋଗଦେବାକୁ ଲବି କରୁଥିବା ଟିଏମ୍ସିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।
Powered by Froala Editor