ଆଉ ନାହାନ୍ତି ସଂଗ୍ରାମ ମହାନ୍ତି : ମନେ ରହିବ ‘ଏଇ ଝୁମା ଝୁମା ଗୋଲାପି ବେଳାରେ...’

ପରଲୋକରେ ‘ଏଇ ଝୁମା ଝୁମା ଗୋଲାପି ବେଳାରେ..’ ଓ ‘କହନା ଏ ଫୁଲ କହନା’ ଭଳି ଲୋକପ୍ରିୟ ଗୀତର ଗୀତିକାର ସଂଗ୍ରାମ ମହାନ୍ତି। ଗୀତିକାର ସଂଗ୍ରାମ କିଛି ଦିନ ହେବ ଅସୁସ୍ଥ ଅନୁଭବ କରୁଥିଲେ। ଆଜି ତାଙ୍କର ଦେହାନ୍ତ ଘଟିଛି। ବାର୍ଧକ୍ୟ ଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି। ସେ ନିଜର ଭଞ୍ଜପୁର ସ୍ଥିତ ବାସଭବନରେ ଶେଷ ନିଶ୍ବ।ସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।
ସଂଗ୍ରାମ ୧୯୪୭ ମସିହା ଜାନୁଆରି ୨୭ ତାରିଖରେ ବାରିପଦା ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ଭଞ୍ଜପୁର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ଶିକ୍ଷକତା କରିବା ପରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଯୁବାବସ୍ଥାରୁ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ। ପରେ ଗୀତ ରଚନାରେ ସକ୍ରିୟ ହୋଇଥିଲେ ସେ। ଆକାଶବାଣୀ, ସିନେମା ଓ ଆଲବମ୍ ପାଇଁ ସେ ବହୁ ଗୀତ ଲେଖିଥିଲେ। ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ଅଭିଳାଷ’ର ଏଇ ଝୁମା ଝୁମା ଗୋଲାପି ବେଳାରେ.. ଓ ମହମ୍ମଦ୍ ମହସୀନଙ୍କ ନିର୍ଦ୍ଦେଶିତ ‘ଫୁଲଚନ୍ଦନ’ର କହନା ଏ ଫୁଲ କହନା ଗୀତ ଲାଗି ସେ ସ୍ମରଣୀୟ ହୋଇ ରହିବେ।
ସଂଗ୍ରାମ ମହାନ୍ତି ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ। ସେ କିଛି ଦିନ ହେବ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ସେ ଶେଷ ନିଶ୍ବ।ସ ତ୍ୟାଗ କରିଛନ୍ତି।
Powered by Froala Editor