‘କନ ବନେଗା କରୋଡ଼ପତି’ରେ ଲକ୍ଷପତି ବନିଗଲେ କରିସ୍ମା

କନ୍ ବନେଗା କରୋଡପତିରେ କମାଲ କରିଛନ୍ତି ଓଡ଼ିଆ ଝିଅ କରିସ୍ମା । ବଲିଉଡ୍ ଲିଜେଣ୍ଡ ଅମିତାଭଙ୍କ ସାମ୍ନାରେ ହଟ୍ ସିଟରେ ବସିବାର ସୁଯୋଗ ପାଇଛନ୍ତି ସେ । ଚ୍ୟାଲେଞ୍ଜିଂ ‘ସୁପର ସନ୍ଦୁକ’ ସେଗମେଣ୍ଟରେ ତାଙ୍କର ସଫଳତା ତାଙ୍କୁ କେବଳ ୧୨,୫୦,୦୦୦ ଟଙ୍କା ଦେଇନାହିଁ ବରଂ ବିଗ ବି’ ତାଙ୍କୁ ଲଞ୍ଚ୍ ପାଇଁ ନିମନ୍ତ୍ରଣ କରିଛନ୍ତି।
କରିସ୍ମାଙ୍କ ବାପା ବିଜୟ କୁମାର ଶର୍ମା ଜଣେ ବ୍ୟବସାୟୀ । ତାଙ୍କ ମା’ କାନ୍ତି ଦେବୀ ଜଣେ ଗୃହିଣୀ । ବିଜୟଙ୍କ ସ୍ୱପ୍ନ ଥିଲା ହଟ୍ ସିଟରେ ବସି କେବିସି ଖେଳିବା, ଯାହାକୁ ସତ କରିଛନ୍ତି ଝିଅ କରିସ୍ମା । ବହୁତ କଷ୍ଟିଆ ପ୍ରଶ୍ନର ଉତ୍ତର ଦେଇ କରିସ୍ମା ଜିତିପାରିଛନ୍ତି୧୨,୫୦,୦୦୦ ଟଙ୍କା।
ଜାନୁଆରୀ ୨୩ ଏବଂ ୨୭ରେ କରିସ୍ମା କେବିସି ଖେଳିଥିବା ଏପିସୋଡ୍ ଟେଲିକାଷ୍ଟ ହୋଇଥିଲା । ସହରର ୨ଟି ସ୍ଥାନରେ ବଡ଼ ଏଲଇଡି ସ୍କ୍ରିନ୍ ଲଗାଯାଇଥିଲା । ଯେଉଁଠାରେ ପରିବାର ଲୋକେ ଏବଂ ସାଙ୍ଗମାନେ ବସି ଟିଭି ଦେଖିଥିବା ନଜରକୁ ଆସିଥିଲା ।
କରିସ୍ମା ସାହସର ସହିତ ପ୍ରଶ୍ନଗୁଡ଼ିକର ମୁକାବିଲା କରିଥିଲେ। ସେ ପ୍ରଥମ ପ୍ରଶ୍ନରେ ଏକ ଲାଇଫ୍ଲାଇନ୍ ବ୍ୟବହାର କରିଥିଲେ। ଅମିତାଭ ତାଙ୍କ ଅସ୍ଥିରତାକୁ ଲକ୍ଷ୍ୟ କରି ପାଣି ଦେଇଥିଲେ, ଏପରିକି କିଛି ସମୟ ପାଇଁ ତାଙ୍କ ସିଟ ଛାଡି ଧୀରେ ଧୀରେ ତାଙ୍କ ହାତ ଧରି କିଛି ଶାନ୍ତ ନିଶ୍ୱାସ ବ୍ୟାୟାମ କରାଇଥିଲେ। ପରେ କରିସ୍ମା ସମସ୍ତ ୧୦ଟି ପ୍ରଶ୍ନର ସଠିକ ଉତ୍ତର ଦେବା ପରେ ତାଙ୍କୁ ଲଞ୍ଚ୍ ପାଇଁ ନିମନ୍ତ୍ରଣ କରିଥିଲେ। ୧୧ତମ ପ୍ରଶ୍ନଟି ଖେଳ ଉପରେ ଆଧାରିତ ଥିଲା। କିନ୍ତୁ କରିସ୍ମା ଏହାର ଉତ୍ତର ସଠିକ୍ ଦେଇପାରି ନ ଥିଲେ। ଫଳରେ ତାଙ୍କୁ ୧୨,୫୦,୦୦୦ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
Powered by Froala Editor