କର୍ତ୍ତବ୍ୟ ପଥରେ ଉଡିଲା ତ୍ରିରଙ୍ଗା, ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ଭାରତୀୟ ବାୟୁସେନା କର୍ତ୍ତବ୍ୟ ପଥରେ ପୁଷ୍ପ ବର୍ଷା କରିଛନ୍ତି । ବାୟୁସେନା ଭାରତୀୟ ତ୍ରିରଙ୍ଗା ସହିତ ପୁଷ୍ପ ବର୍ଷା କରିଛନ୍ତି । ଏହା ସହ କର୍ତ୍ତବ୍ୟପଥରେ ବାଦ୍ୟଯନ୍ତ୍ର ସହିତ ସମଗ୍ର ଦେଶରୁ ୩୦୦ଜଣ ପ୍ରତିଭାବାନ କଳାକାର ସାମିଲ ହୋଇଛନ୍ତି ।
Powered by Froala Editor