ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ସନ୍ଧ୍ୟାରେ ବରଗଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ମହାରାଜ କଂସଙ୍କ ନିମନ୍ତ୍ରଣ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ସେଠାକୁ ଯିବେ।ହେଲିକପ୍ଟରରେ ଭୁବନେଶ୍ୱର ବିମାନବନ୍ଦରରୁ ଝାରସୁଗୁଡ଼ା ପହଞ୍ଚିବା ପରେ ସେଠାରୁ ସଡ଼କ ପଥରେ ମୁଖ୍ୟମନ୍ତ୍ରୀ ବରଗଡ଼ ଯିବାର କାର୍ୟ୍ୟକ୍ରମ ରହିଛି। ଧନୁଯାତ୍ରା ମହୋତ୍ସବ ପାଇଁ ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି କରିଥିବା ଓ ନିମନ୍ତ୍ରଣ ପାଇ ସେଠାକୁ ଯାଉଥିବାରୁ ଖୁସିବ୍ୟକ୍ତ କରିଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
Powered by Froala Editor