୭ ଜନ୍ମ ପାଇଁ ହାତ ଧରିଥିଲେ, ହାତ ଧରି ଚାଲିଗଲେ
ଆର୍ôଥକ ସ୍ଥିତି ଠିକ୍ ନଥିଲା । ପିଲାପିଲି ମଧ୍ୟ ନଥିଲେ । ହେଲେ ସାଧାରଣ ଜୀବନ ଧାରଣ କରିବା ବି କଷ୍ଟକର ହୋଇପଡିଥିଲା । ତେଣୁ ଚରମ ବାଟ ବାଛିନେଲେ ଦମ୍ପତି । ବିବାହର ୨୬ ବର୍ଷ ପରେ ବିବାହ ବାର୍ଷିକୀ ଦିନ ମୃତ୍ୟୁର କୋଳରେ ସବୁ ଦିନ ପାଇଁ ଶୋଇଗଲେ ।
୫୭ ବର୍ଷୀୟ ଜେରୀ ଦାମସନ ଅସ୍କାର ମୋନିକ୍ରିଫଙ୍କ ମୃତଦେହ ରୋଷେଇ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ତାଙ୍କର ୪୬ ବର୍ଷୀୟ ପତ୍ନୀ ଆନ୍ନି ଡ୍ରଇଂ ରୁମରେ ଥିବା ଗୋଟିଏ ବେଡରେ ନିସ୍ତେଜ ଅବସ୍ଥାରେ ରହିଥିଲେ। ଆନ୍ନି ବେଡ ଉପରେ ୨୬ ବର୍ଷ ତଳେ ବାହାଘର ବେଳେ ପିନ୍ଧିଥିବା ପୋଷାକ ପରିଧାନ କରି ଶୋଇ ରହିଥିଲେ। ତାଙ୍କ ଦେହରେ ଧଳା କପଡ଼ା ଘୋଡ଼ା ଯାଇଥିବା ବେଳେ ଉପରେ ଫୁଲ ବିଞ୍ଚି ହୋଇ ପଡ଼ିଥିଲା।
ଏହି ଦୃଶ୍ୟ ଦେଖି ଜାରିଏଲ ସମ୍ଭବତଃ ପତ୍ନୀଙ୍କୁ ଆଗ ଜୀବନ ନେବାକୁ ଦେଇଥିବା ସ୍ପଷ୍ଟ ହେଉଥିବା ପୋଲିସ କହିଛି। ସୁଇସାଇଡ୍ ନୋଟରେ ସେମାନେ ଲେଖିଥିଲେ- ଆମ ମୃତ୍ୟୁ ଲାଗି କେହି ଦାୟୀ ନୁହନ୍ତି। ନିଜ କଷ୍ଟ ଆଉ ସହି ହେଉନାହିଁ। ଏଣୁ ଆତ୍ମହତ୍ୟା କରୁଛୁ।
ସମ୍ପର୍କୀୟଙ୍କ ମୁତାବକ ବିବାହର ୨୬ ବର୍ଷ ହୋଇଗଲାଣି, ତଥାପି ସେମାନେ ନିସନ୍ତାନ ଥିଲେ। ଆର୍ଥିକ ସ୍ଥିତି ଠିକ୍ ନ ଥିଲା। ଏଣୁ ଦୁହେଁ ଦୁଃଖି ଥିଲେ। ସ୍ବାମୀଙ୍କର ୪ ବର୍ଷ ହେଲାଣି ଚାକିରି ନ ଥିଲା। ସାଧାରଣ ଜୀବନଯାପନ ଲାଗି ସେମାନଙ୍କୁ କଷ୍ଟ କରିବାକୁ ପଡ଼ୁଥିଲା। ଏସବୁ ଘଟଣା ଯୋଗୁ ସେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆନି ନିଜର ଶେଷ ଇଚ୍ଛାରେ ଦୁହିଁଙ୍କୁ ଗୋଟିଏ କବରରେ ପୋତାଯାଉ ବୋଲି ଲେଖିଥିଲେ। ଜରିପଟକା କ୍ୟାଥଲିକ୍ କବରସ୍ଥାନରେ ଦୁହିଁଙ୍କୁ ହାତରେ ହାତ ମିଶାଇ କବର ଦିଆଯାଇଛି।
Powered by Froala Editor