ଦୁଇ ବିଜେପି ନେତାଙ୍କୁ ହତ୍ୟା ମାମଲା, ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ
ସମ୍ବଲପୁର : ସମ୍ବଲପୁର କଣ୍ଟାପାଲିରେ ହାଇଓ୍ବା ମଡାଇ ଦୁଇ ବିଜେପି ନେତାଙ୍କୁ ହତ୍ୟା ମାମଲାରେ ସତ ଓଗାଳିବ ଅଭିଯୁକ୍ତ। ଆଜିଠୁ ଅଭିଯୁକ୍ତ ଡ୍ରାଇଭରକୁ ୩ ଦିନିଆ ରିମାଣ୍ଡରେ ନେଇ ପୁଲିସ୍ ଜେରା କରିବ। ଗିରଫ ଅଭିଯୁକ୍ତ ଡ୍ରାଇଭର ପ୍ରସନ୍ନ ଜେନାମଣି ବାରମ୍ବାର ନିଜ ବୟାନ ବଦଳାଉଛି। କେତେବେଳେ ସେ ଜାଣିଶୁଣି କିଛି କରି ନଥିବା କହୁଥିବାବେଳେ ଅନ୍ୟ ଗାଡ଼ି ସହ ଝଗଡ଼ା ହୋଇଥିବାରୁ ଏହି ଗାଡ଼ିକୁ ଧକ୍କା ଦେଇଥିବା ପରି ବକ୍ତବ୍ୟ ବେଳେବେଳେ ଦେଉଛି। ଏହା ସହ ଆଖି ଲାଗି ଯାଇଥିବା, ଗାଡ଼ି ଭାରସାମ୍ୟ ହରାଇଥିବା ପରି ବାରମ୍ବାର ବୟାନ ବଦଳାଉଛି। ତେଣୁ ତା ମୁହଁରୁ ଗୋଟି ଗୋଟି ସତ ବାହାର କରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ ହୋଇଥିଲା। ହେଲେ ୩ ଦିନ ରିମାଣ୍ଡ ପାଇଁ ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି।
Powered by Froala Editor