ବାଇକରୁ ପଡି ଚାଲିଗଲା ଛାତ୍ରଙ୍କ ଜୀବନ
ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ବାଇକ୍ରୁ ଛିଟିକି ପଡ଼ି ଘଟଣାସ୍ଥଳରେ ଚାଲିଗଲା ଗଲେ ଛାତ୍ରର ଜୀବନ। ମୃତ ଛାତ୍ରଜଣକ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପିଜି ଦ୍ୱିତୀୟ ବର୍ଷର ଛାତ୍ର ସାହିଲ ପ୍ରଧାନ । ତାଙ୍କ ଘର ବରଗଡ ଜିଲ୍ଲା କୁର୍ଲା ଗ୍ରାମରେ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ବିଭାଗରେ ପିଜି ଦ୍ଵିତୀୟ ବର୍ଷର ଛାତ୍ର ଥିଲେ ।
ଗତକାଲି ବିଳମ୍ବିତ ରାତିରେ ସାହିଲ ଛାତ୍ରାବାସକୁ ବାଇକ୍ ଯୋଗେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। ବିଶ୍ୱବିଦ୍ୟାଳୟ ପରିସରରେ ସାହିଲ ଯାଉଥିବା ବେଳେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ହୋଇଥିଲା । ଫଳରେ ସେ ବାଇକରୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ।
Powered by Froala Editor