ଆଜିଠୁ ସକାଳ ୮ଟାରୁ ୧ଟା ପର୍ୟ୍ୟନ୍ତ ଖୋଲା ରହିବ ବିଦ୍ୟାଳୟ
ବରଗଡ: ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଲାଗି ବଦଳିଲା ସ୍କୁଲ ସମୟ। ସାମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଆଖି ଆଗରେ ରଖି ଆଜିଠାରୁ ୧୩ ତାରିଖ ପର୍ୟ୍ୟନ୍ତ ସକାଳ ୮ଟାରୁ ଦିନ ୧ଟା ପର୍ୟ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ୧୩ ତାରିଖ ପରେ ପୂର୍ବପରି ରହିବ ସ୍କୁଲ ସମୟ। ଏ ନେଇ ଚିଠି ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ବିଶ୍ଵର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଗତ ଶୁକ୍ରବାର ଠାରୁ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି। ମଥୁରା ନଗରୀରେ ଚାଲିଛି କଂସଙ୍କ ରାଜୁତି। ପୌରାଣିକ କଥା ବସ୍ତୁର ପ୍ରତ୍ୟେକ ଚରିତ୍ରକୁ ଅତି ନିଖୁଣ ଭାବେ ପରିବେଷଣ କରୁଛନ୍ତି କଳାକାର। ଏହି ଯାତ୍ରା ଦେଖିବାକୁ ଓଡିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଲୋକଙ୍କ ଭିଡ ଜମେ । ଆଜି ହେଉଛି ଧନୁଯାତ୍ରାର ଚତୁର୍ଥ ଦିନ। ଆଜି ପୁତନା ଓ ଷଡମଲ୍ଲଙ୍କ ମଧ୍ୟରେ ଲଢେଇ ପରିବେଷିତ ହେବ ।
Powered by Froala Editor