ଆଜିଠାରୁ ଆଦିବାସୀ ମେଳା ମଧ୍ୟ ଆରମ୍ଭ
ଭୁବନେଶ୍ଵର:ରାଜଧାନୀରେ ଆଜିଠାରୁ ଆଦିବାସୀ ମେଳା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଆଦିବାସୀଙ୍କ ଜୀବନଣୈଳୀ ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ହେବାକୁ ଥିବା ଏହି ଆଦିବାସୀ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ। ଏହି ମେଳା ୧୬ ତାରିଖ ପର୍ୟ୍ୟନ୍ତ ଚାଲିବ।
ସେପଟେ ଆଜିଠୁ ଏକାମ୍ର ଉତ୍ସବ। ପ୍ରବାସୀ ଭାରତୀୟ ଦିବସରେ ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ଲାଗି ବିଡିଏ ପକ୍ଷରୁ ଆୟୋଜିତ ହେଉଛି ଏକାମ୍ର ଉତ୍ସବ । ଜାନୁଆରୀ ୫ ରୁ ୧୬ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି। ପାର୍କ ଉତ୍ସବ , ଖାଦ୍ୟ ମହୋତ୍ସବ, ସହର ଆଲୋକୀକରଣ , ଫ୍ଲି ମାର୍କେଟ୍ ଏବଂ ଏକାମ୍ର ଓ୍ବାକ୍ ଭଳି କାର୍ୟ୍ୟକ୍ରମକୁ ଅଧିକ ଗୁରୁତ୍ଵ ଦିଆଯାଇଛି।
Powered by Froala Editor