୧୦,୦୦୦ ପ୍ରାଥମିକ କୃଷି ଋଣ ସମିତି, ଦୁଗ୍ଧ ଏବଂ ମତ୍ସ୍ୟ ଉତ୍ପାଦନ ସମବାୟ ସମିତିର ଉଦଘାଟନ କଲେ ଶାହା
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ବୁଧବାର ନୂଆଦିଲ୍ଲୀରେ ୧୦,୦୦୦ ନବଗଠିତ ବହୁମୁଖୀ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ), ଦୁଗ୍ଧ ଏବଂ ମତ୍ସ୍ୟ ଉତ୍ପାଦନ ସମବାୟ ସମିତିର ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଓ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କୃଷ୍ଣପାଲ ଏବଂ ମୁରଲୀଧର ମୋହୋଲ ଏବଂ ସମବାୟ ମନ୍ତ୍ରଣାଳୟର ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଶାହ ଦେଶର ଦୁଇ ମହାପୁରୁଷ ପଣ୍ଡିତ ମଦନ ମୋହନ ମାଲବ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ ପଣ୍ଡିତ ମଦନ ମୋହନ ମାଲବ୍ୟ ଜୀ ଭାରତର ସ୍ୱାଧୀନତା ସଂଗ୍ରାମ ନାୟକମାନଙ୍କ ମଧ୍ୟରେ ଅଗ୍ରଣୀ ସ୍ଥାନ ଅଧିକାର କରିଛନ୍ତି ଏବଂ ସେ ଦେଶର ସ୍ୱାଧୀନତା, ଭାରତୀୟତା, ସଂସ୍କୃତି ଏବଂ ହିନ୍ଦୁ ଧର୍ମର ଚେତନା ଜାଗ୍ରତ କରିବା ପାଇଁ ଆଜୀବନ କାର୍ୟ୍ୟ କରିଥିଲେ। ସେ ଆହୁରି କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦେଶର ସଂସଦରେ ୫ ଦଶନ୍ଧି ଧରି ଭାରତ ଏବଂ ଏହାର ସଂସ୍କୃତି ପାଇଁ ସ୍ୱର ହୋଇ ସଂସଦକୁ ମାର୍ଗଦର୍ଶନ କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଭାବରେ ଅଟଳଜୀ ଅନେକ ନୂଆ ପ୍ରୟାସ ଆରମ୍ଭ କରିଥିଲେ, ଯେଉଁ କାରଣରୁ ଭାରତ ଆଜି ଶୀର୍ଷ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି । ଅଟଳଜୀ ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ କରିବା ଏବଂ କାର୍ଗିଲ ଯୁଦ୍ଧ ସମୟରେ ଦେଶର ଭୂମି ପାଇଁ ଲଢ଼ିବାର ସିଦ୍ଧାନ୍ତ ପ୍ରତିଷ୍ଠା କରିଥିଲେ। ଅଟଳଜୀ ଦେଶର ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିଥିଲେ ବୋଲି ସେ କହିଛନ୍ତି। ଅଟଳଜୀ ହିଁ ସ୍ୱର୍ଣ୍ଣ ଚତୁର୍ଭୁଜ ରାଜପଥ ଆରମ୍ଭ କରିଥିଲେ ଏବଂ ଦେଶର ସବୁ ଗାଁକୁ ରାଜ୍ୟ ରାଜପଥ ସହ ଯୋଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଶୁଭାରମ୍ଭ କରିଥିଲେ।
ଶାହ କହିଥିଲେ, ୧୯ ସେପ୍ଟେମ୍ବର ୨୦୨୪ରେ ଆମେ ଏହି ସ୍ଥାନରେ ଏକ ଏସଓପି ପ୍ରସ୍ତୁତ କରିଥିଲୁ ଏବଂ ଏହାର ୮୬ ଦିନ ମଧ୍ୟରେ ଆମେ ୧୦ ହଜାର ପ୍ୟାକ୍ସ ପଞ୍ଜୀକରଣ କାର୍ୟ୍ୟ ଶେଷ କରିଛୁ। ପ୍ରାଥମିକ ସମବାୟ ସମିତି ଆମ ଦେଶର ତ୍ରିସ୍ତରୀୟ ସମବାୟ ଢାଞ୍ଚାକୁ ସର୍ବାଧିକ ଶକ୍ତି ଦେଇପାରିବ, ସେଥିପାଇଁ ମୋଦୀ ସରକାର ୨ ଲକ୍ଷ ନୂଆ ପ୍ୟାକ୍ସ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ।
Powered by Froala Editor