ସଂସଦ ନିକଟରେ ଆତ୍ମାହୁତି ଉଦ୍ୟମ, ଅଧା ଲେଖା ଚିଠି ଠାବ
ଦିଲ୍ଲୀରେ ସଂସଦ ନିକଟରେ ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉତ୍ତର ପ୍ରଦେଶର ବାଗପତରେ ରହୁଥିବା ଜିତେନ୍ଦ୍ର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ ସୂଚନାନୁସାରେ, ବ୍ୟକ୍ତି ଜଣକ ରେଳ ଭବନ ନିକଟ ପାର୍କରେ ନିଜକୁ ନିଆଁ ଲଗାଇ ଦେବା ପରେ ସଂସଦ ଗୃହ ଆଡକୁ ଦୌଡ଼ି ଆସିଥିଲେ । ଲୋକମାନେ ଏହା ଦେଖିବା ମାତ୍ରେ ସେମାନେ ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଶୀଘ୍ର ଉକ୍ତ ବ୍ୟକ୍ତିଙ୍କୁ ଅଟକାଇ ଏକ କମ୍ବଳ ଘୋଡାଇ ଦେଇଥିଲା। ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ବ୍ୟକ୍ତିଙ୍କ ଅବସ୍ଥା ଦେଖି ପୁଲିସ ଆରଏମଏଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ସାମ୍ନାକୁ ଆସିଛି।
ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ। ପୁଲିସ୍ ଘଟଣା ସ୍ଥଳରୁ ପେଟ୍ରୋଲ ଜବତ କରି ଅଧିକ ତଦନ୍ତ କରୁଛି।
Powered by Froala Editor