ବିବାହ ବନ୍ଧନରେ ଚାନ୍ଦବାଲି ବିଧାୟକ ବ୍ୟାେମକେଶ ରାୟ

ବିବାହ କରିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟାେମକେଶ ରାୟ । ସେ ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ପୁଣି ଥରେ ଆରମ୍ଭ କରିଛନ୍ତି । ସ୍ୱସ୍ତି ଚିଲିକା ରିସର୍ଟ ଠାରେ ତାଙ୍କର ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପାରମ୍ପରିକ ରୀତିନୀତିରେ ସେ ବିବାହ କରିଛନ୍ତି।
ବିବାହର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିବା ସହ ଏ ନେଇ ସୂଚିତ କରିଛନ୍ତି ବ୍ୟୋମକେଶ । ସେ ଭଦ୍ରକର ଜିଲ୍ଲା ଚାନ୍ଦବାଲି ବ୍ଲକ ଘଟପୁର ଗ୍ରାମର ଅଶୋକ ବଳଙ୍କ ଝିଅ ତଦାସା ସାଇ ଦର୍ଶିନୀ ବଳଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଉଭୟ ପରିବାରର ସଦସ୍ୟ ଓ କିଛି ରାଜନେତାଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ରାୟଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ସୂଚନାଯୋଗ୍ୟ ଯେ, ବିଧାୟକ ଶ୍ରୀ ରାୟଙ୍କ ପ୍ରଥମ ପତ୍ନୀ ନିଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃୟାରୀ ୩ ତାରିଖରେ ମୃତ୍ୟୁ ଘଟିଥିଲା। ଶ୍ରୀ ରାୟ ଓ ନିଳିମାଙ୍କର ଏକମାତ୍ର କନ୍ୟା ଅଛି । ଯାହାର ବୟସ ଏବେ ୫ବର୍ଷ ।
Powered by Froala Editor