ମାଛଧରା ଡଙ୍ଗାରୁ ୫ ଟନର ଡ୍ରଗ୍ସ ଜବତ କଲା ତଟରକ୍ଷୀ ବାହିନୀ
ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଆଣ୍ଡାମାନ ସାଗରରେ ଏକ ମାଛଧରା ଡଙ୍ଗାରୁ ୫ ଟନର ଡ୍ରଗ୍ସ ଜବତ କରିଛନ୍ତି ତଟରକ୍ଷୀ ବାହିନୀ। ତଟରକ୍ଷୀ ବାହିନୀ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଆଣ୍ଡାମାନ ଦ୍ୱୀପ ନିକଟରେ ଲାଗିଥିବା ବୋଟ୍ ଓ ଜାହାଜର ତଲାସୀ କରିଥିଲେ ତଟରକ୍ଷୀ ବାହିନୀ। ଏହି ସମୟରେ ଏକ ମାଛଧରା ଡଙ୍ଗାରୁ ଡ୍ରଗ୍ସ ମିଳିଥିଲା। ଏହାପରେ ସମ୍ପୂର୍ଣ୍ଣ ତଦନ୍ତ ହେବା ପରେ ଏଥିରୁ ପାଖାପାଖି ୫ ଟନର ଡ୍ରଗ୍ସ ମିଳିଛି। ଏପର୍ଯ୍ୟନ୍ତ ଜବତ ହୋଇଥିବା ଡ୍ରଗ୍ସର ସବୁଠାରୁ ଅଧିକ ବୋଲି କୁହାଯାଉଛି।
ଡ୍ରଗ୍ ଚୋରା କାରବାରକୁ ରୋକିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ଗୁଜୁରାଟ ପୋଲିସର ଆତଙ୍କବାଦ ବିରୋଧୀ ଦଳ ମିଳିତ ଭାବେ ଅପରେସନ୍ 'ସାଗର ମନ୍ଥନ -୪' ଚଳାଇଛନ୍ତି । ଏହାପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଗୁଜୁରାଟ ଉପକୂଳରୁ ୭୦୦ କିଲୋଗ୍ରାମ ମିଥାମଫେଟାମାଇନ୍ (ମିଥ୍) ଜବତ କରିଥିଲେ। ଏହି ଘଟଣାରେ ଆଠ ଜଣ ଇରାନ ନାଗରିକ ଗିରଫ ହୋଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସଫଳତାକୁ ପ୍ରଶଂସା କରିବା ସହ ଡ୍ରଗ୍ସ ବିରୋଧରେ ସରକାରଙ୍କ ଦୃଢ ପ୍ରତିବଦ୍ଧତା ଏବଂ ବିଭିନ୍ନ ଏଜେନ୍ସି ମଧ୍ୟରେ ଉତ୍କୃଷ୍ଟ ସମନ୍ୱୟର ଏକ ଉଦାହରଣ ବୋଲି କହିଛନ୍ତି।
Powered by Froala Editor