ହିନ୍ଦୁଙ୍କୁ ମାଡ ମାରିଥିବା କାନାଡା ପୁଲିସ ଅଧିକାରୀଙ୍କୁ କ୍ଲିନଚିଟ୍
ଅଟାୱା: କାନାଡାର ବ୍ରାମ୍ପଣ୍ଟନରେ ହିନ୍ଦୁ ସଭା ମନ୍ଦିର ଭଙ୍ଗାରୁଜା ବେଳେ ହିନ୍ଦୁ ଭକ୍ତଙ୍କୁ ମାଡ ମାରିଥିବା ପୁଲିସ ଅଧିକାରୀଙ୍କୁ କ୍ଲିନଚିଟ୍ ମିଳିଛି। ଖଲିସ୍ତାନୀ ଆତଙ୍କବାଦୀମାନେ ମନ୍ଦିର ଭାଙ୍ଗିବା ପରେ ଏହାକୁ ବିରୋଧ କରି ହିନ୍ଦୁ ଭକ୍ତମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ବାହିନୀ ପହଞ୍ଚିଥିଲେ। ଏହି ସମୟରେ ଜଣେ ପୁଲିସ ଅଧିକାରୀ ହିନ୍ଦୁ ଭକ୍ତଙ୍କୁ ମାରଧର କରିଥିଲେ। ନଭେମ୍ବର ୩ରେ ହିନ୍ଦୁଙ୍କୁ ପୁଲିସ ମାଡ ମାରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏହି ଘଟଣାର ତଦନ୍ତ ପରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ କ୍ଲିନଚିଟ୍ ଦିଆଯାଇଛି। ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ବିକ୍ଷୋଭକାରୀ ଜଣଙ୍କ ମାରଣାସ୍ତ୍ର ଧରିଥିବାବେଳେ ଏହାକୁ ଆତ୍ମସମର୍ପଣ କରିବାକୁ ଅଧିକାରୀ ଜଣଙ୍କ କହିଥିଲେ। ବିକ୍ଷୋଭକାରୀ ମାରଣାସ୍ତ୍ର ଆତ୍ମସମର୍ପଣ ନ କରିବାରୁ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ପୁଲିସ ଅଧିକାରୀ ଜଣଙ୍କ ଆଇନ ଅନୁଯାୟୀ କାର୍ଯ୍ୟ କରିଥିବା କୁହାଯିବା ସହ ତାଙ୍କୁ କ୍ଲିନଚିଟ୍ ଦିଆଯାଇଛି।
Powered by Froala Editor