୨୦୨୫ ମସିହା ପାଇଁ ଛୁଟି କ୍ୟାଲେଣ୍ଡର ଜାରି
ରାଜ୍ୟ ସରକାର ଆସନ୍ତାବର୍ଷ ୨୦୨୫ ପାଇଁ ସରକାରୀ ଛୁଟି କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ଛୁଟି ତାଲିକା ଜାରି ହୋଇଛି । ତାଲିକାରେ ୨୬ଟି ସରକାରୀ ଛୁଟି ଦିବସ ଓ ୮ଟିଇଚ୍ଛାଧୀନ ଛୁଟି ଦିବସ ରହିଛି ।
ଏହି ୨୬ଟି ସରକାରୀ ଛୁଟି ନୂଆବର୍ଷରେ ମକରସଂକ୍ରାନ୍ତିରୁ ଆରମ୍ଭ ହୋଇ ଏକ୍ସମାସ୍ ଡେ’ ପର୍ଯ୍ୟନ୍ତ ରହିଛି । ଏହି ଛୁଟି ବ୍ୟତୀତ ସରକାରୀ କର୍ମଚାରୀମାନେ ଅତିରିକ୍ତ ଭାବେ ଗୋଟିଏ ଦିନ ଛୁଟି(୮ଟି ଇଚ୍ଛାଧୀନ ଛୁଟିଦିନ ମଧ୍ୟରୁ ଯେକୌଣସି ଗୋଟିଏ) ନେଇପାରିବେ। ଏହି ଦିନଗୁଡିକ ସରକାରୀ କାର୍ଯ୍ୟାଳୟ ସମେତ ରାଜସ୍ବ ଓ ମାଜିଷ୍ଟ୍ରେଟ କୋର୍ଟ ମଧ୍ୟ ବନ୍ଦ ରହିବ।
ସେପଟେ ଜାନୁଆରୀ ୬ରେ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ, ଜାନୁୟାରୀ ୨୫ରେ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ, ମାର୍ଚ୍ଚ ୨୮ରେ ଶବ-ଇ-କାଦର, ଏପ୍ରିଲ ୧୯ରେ ଇଷ୍ଟର, ମେ’ ୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ, ଜୁଲାଇ ୫ରେ ବାହୁ ଯାତ୍ରା, ଅଗଷ୍ଟ ୩୧ ଅଁଳା ନବମୀ, ନଭେମ୍ବର ୧୨ ପ୍ରଥମାଷ୍ଟମୀ ଏବଂ ଡିସେମ୍ବର ୨୫ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ସରକାର ଘୋଷଣା କରିଛନ୍ତି ।
Powered by Froala Editor