ଅକ୍ସଫୋର୍ଡକୁ ପଛରେ ପକାଇଲା ଦିଲ୍ଲୀ ଏମସ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ବିଶ୍ୱର ସର୍ବୋତ୍ତମ ୧୦୦ ମେଡିକାଲ କଲେଜର ତାଲିକା ଜାରି କରାଯାଇଛି । ଭାରତର ମୋଟ ୬ଟି ମେଡିକାଲ କଲେଜ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଅକ୍ସଫୋର୍ଡ ୟୁନିଭରସିଟି ମେଡିକାଲ ସ୍କୁଲ ଏବଂ ୟୁନିଭରସିଟି କଲେଜ ଲଣ୍ଡନ (ୟୁସିଏଲ) କୁ ପଛରେ ପକାଇ ଦିଲ୍ଲୀ ଏମସ ଏହି ତାଲିକାର ୨୩ତମ ସ୍ଥାନରେ ଅଛି । ପୁନେର ଆର୍ମଡ ଫୋସ ମେଡିକାଲ କଲେଜ, ଭେଲୋରର କି୍ରଶ୍ଚିୟନ ମେଡିକାଲ କଲେଜ ପୁଡୁଚେରୀର ଜେଆଇପିଏମଇଆର, ଚେନ୍ନାଇର ମଦ୍ରାସ ମେଡିକାଲ କଲେଜ, ଇନ୍ସିଚୁ୍ୟଟ ଅଫ ମେଡିକାଲ ସାଇନ୍ସ ବିଏଚୟୁ ଭଳି ଭାରତୀୟ କଲେଜ ଏହି ତାଲିକାରେ ଅଛନ୍ତି । ଅକ୍ସଫୋର୍ଡ ୟୁନିଭରସିଟି ମେଡିକାଲ ସ୍କୁଲକୁ ଦିଲ୍ଲୀ ଏମସ ଠାରୁ ୦.୩୬କମ ପଏଣ୍ଟ ମିଳିଛି । ଆମେରିକାର ଜନ ହୋପକିନ୍ସ ୟୁନିଭରସିଟି ସ୍କୁଲ ତାଲିକାର ଶୀର୍ଷରେ ଅଛି । ହାର୍ଭାର୍ଡ ମେଡିକାଲ ସ୍କୁଲ ତାଲିକାରେ ଦ୍ୱିତୀୟ ସ୍ଥାନ ପାଇଛି ।
Powered by Froala Editor