ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଶ୍ରୀମନ୍ଦିର ସେବାୟତ ତଥା ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସିଂହଦ୍ଵାର ଥାନା ପୁଲିସ। ସେ ହେଉଛି ବାସୁଦେବ ମଣ୍ଡଳ ଓରଫ ବାସୁ। ପୁଲିସ ତା’ଠାରୁ ଏକ ଭୁଜାଲି ଜବତ କରିଛି। ଏହି ଘଟଣାରେ ପୁଲିସ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଛି।
ଏହି ଠାରେ ସୂଚାନଜେ , ଗତ ୧୮ ତାରିଖ ଅପରାହ୍ନରେ ଶ୍ରୀମନ୍ଦିର ପଶ୍ଚିମଦ୍ଵାର ନିକଟରେ ବକ୍ସିଙ୍କୁ କିଛି ଦୁର୍ବୃତ୍ତ ଭୁଜାଲିରେ ହାଣିଥିଲେ। ଆନନ୍ଦବଜାରରେ ରାବିଡ଼ି ବିକ୍ରିକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ବକ୍ସିଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
Powered by Froala Editor