ଟିକାକରଣରେ ଆମେରିକାକୁ ଟପିଲା ଭାରତ

ନୂଆଦିଲ୍ଲୀ : ଟିକାକରଣରେ ଭାରତ ଆମେରିକାକୁ ଟପିଯାଇଛି । ଜାତୀୟ ଟିକାକରଣ ଯୋଜନା ଅଧୀନରେ ଭାରତ ଏଯାବତ ୩୨କୋଟି ୩୬ ଲକ୍ଷ ଟିକା ଡୋଜ ଦେଇଥିବା ବେଳେ ଆମେରିକା ଜୁନ ୨୮ ସୁଦ୍ଧା ୩୨ କୋଟି ୩୩ ଲକ୍ଷ କୋଭିଡ ଡୋଜ ଦେଇଛି । କେନ୍ଦ୍ରଦ୍ୱାରା ରାଜ୍ୟମାନଙ୍କୁ ଏଯାବତ ୩୧ କୋଟି ୬୯ଲକ୍ଷ ଟିକା ଡୋଜ ଦିଆଯାଇଛି । ଏଥିମଧ୍ୟରୁ ଡୋଜ ନଷ୍ଟ ହେବା ସହ ମୋଟ ୩୦,୫୪,୧୭,୬୧୭ ଡୋଜ ବ୍ୟବହାର ହୋଇଛି । ଗୋଟିଏ ପଟେ ଭାରତ ଟିକାକରଣରେ ଆମେରିକାକୁ ଟପିଥିବା ବେଳେ ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପୂର୍ବ ପ୍ରତିଶ୍ରୁତିକୁ ପୁଣିଥରେ ଦୋହରାଇଛନ୍ତି । ସମସ୍ତଙ୍କୁ ମାଗଣା ଟିକା ଦିଆଯିବ ବୋଲି ମୋଦୀ ପୁଣିଥରେ ପ୍ରତିଶ୍ରୁତି ଦେଇଛନ୍ତି । ମୋଦୀ ସୋମବାର ଏକ ଟ୍ୱିଟ କରି କହିଛନ୍ତି, ଭାରତର ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଯେଉଁମାନେ ଏହି ଉଦ୍ୟମକୁ ସଫଳ କରୁଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୧୭,୨୧,୨୬୮ ଡୋଜ ଟିକା ଦିଆଯାଇଛି ।
Powered by Froala Editor