ପଶ୍ଚିମବଙ୍ଗରେ ପୁଣି ବଢ଼ିଲା ଲକଡାଉନ ଅବଧି

କୋଲକାତା: ପଶ୍ଚିମବଙ୍ଗରେ ପୁଣି ବଢ଼ିଲା ଲକଡାଉନ ଅବଧି | ପଶ୍ଚିମବଙ୍ଗ ସରକାର ପୁଣି ଥରେ ଜୁଲାଇ ୧୫ ପର୍ୟ୍ୟନ୍ତ ବଢ଼ାଇଲେ ଲକଡାଉନ। କିନ୍ତୁ ଏଥର ପ୍ରଶାସନ ପକ୍ଷରୁ କିଛି ନିୟମ କୋହଳ କରାଯାଇ ଲକଡାଉନ ଅବଧି ବଢାଯାଇଛି | ସଂକ୍ରମଣ ଧିରେ ଧିରେ କମ ହେଉଥିବାରୁ ନିୟମ କୋହଳ କରାଯାଇଛି | ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ସକାଳ ୬:୦୦ରୁ -୧୦:୦୦ ଏବଂ ଅପରାହ୍ନ ୪:୦୦- ସନ୍ଧ୍ୟା ୮: ୦୦ ପର୍ୟ୍ୟନ୍ତ ଜିମ୍ ୫୦ ପ୍ରତିଶତ ଲୋକଙ୍କ ସହିତ ଖୋଲା ରହିପାରିବ | ସମସ୍ତ ବିୟୁଟି ପାର୍ଲର ଏବଂ ସେଲୁନ୍ ଗୁଡିକ ଦିନ ୧୧ରୁ- ସନ୍ଧ୍ୟା ୬ ପର୍ୟ୍ୟନ୍ତ ଖୋଲା ରହିବ |ବେସରକାରୀ ଏବଂ ସରକାରୀ ବସ୍ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚଳାଚଳ କରିବ ଏବଂ କାର୍ୟ୍ୟାଳୟଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ ଖୋଲା ରହିପାରିବ ଜ୍ଝ ସମସ୍ତ କର୍ମଚାରୀ ଏବଂ ଗ୍ରାହକଙ୍କୁ ଟିକାକରଣ କରିବାକୁ ପଡିବ | ତେବେ ନୂଆ ଭାରିଆଣ୍ଟ ଆସୁଥିବାରୁ ଏବେ ଟ୍ରେନ ଚଳାଚଳକୁ ଅନୁମତି ଦେଇନାହାନ୍ତି ପଶ୍ଚିମବଙ୍ଗ ସରକାର |
Powered by Froala Editor