କାଶ୍ମୀର ପୋଲିସର ବଡ଼ ସଫଳତା, ଗିରଫ ହେଲା ଲସ୍କର-ଇ- ତୋଇବା କମାଣ୍ଡର
ଲସ୍କର-ଇ-ତୋଇବା ଟପ୍ କମାଣ୍ଡର ନଦୀମ ଯିଏକି ବହୁ ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକଙ୍କ ଉପରେ ଏକାଧିକ ଆକ୍ରମଣରେ ସାମିଲ ରହିଥାଏ । ତାକୁ ଆଜି କାଶ୍ମୀର ପୋଲିସ ଗିରଫ କରିଛି । ଏହା କାଶ୍ମୀର ପୋଲିସର ଏକ ବଡ଼ ସଫଳତା । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।
ଟୁଇଟରେ ଲେଖାଯାଇଛି ଯେ, ଟପ ଲସ୍କର-ଇ-ତୋଇବା କମାଣ୍ଡର ନାଦିମ ଅବରର ଗିରଫ । ସେ ଅନେକ ହତ୍ୟାରେ ସମ୍ପୃକ୍ତ ଥିଲା। ଆମ ପାଇଁ ଏହା ଏକ ବଡ ସଫଳତା ବୋଲି ଲେଖିଛନ୍ତି କାଶ୍ମୀର ଜୋନର ଆଇଜିପି ବିଜୟ କୁମାର । ଶ୍ରୀ କୁମାର ଗିରଫ ସମ୍ପର୍କରେ କୌଣସି ସୂଚନା ଦେଇ ନ ଥିବାବେଳେ ସୂତ୍ରରୁ ପ୍ରକାଶ ଯେ ସୁରକ୍ଷା ବାହିନୀ ଅବରାର ଏବଂ ଅନ୍ୟ ଜଣେ ସନ୍ଦିଗ୍ଧଙ୍କୁ ସହରର ଉପକଣ୍ଠରେ ଥିବା ପରିମପୋରାର ଏକ ଚେକପଏଣ୍ଟରୁ ଗିରଫ କରିଛି ।
ସେମାନଙ୍କ ଠାରୁ ପିସ୍ତଲ ଓ କିଛି ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଜବତ କରାଯାଇଛି। ଚଳିତ ବର୍ଷ ଆରମ୍ଭରୁ ନଦୀମ ଲାୱେପୋରାରେ ୩ ଜଣ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଯବାନଙ୍କୁ ହତ୍ୟା କରିବା ଘଟଣାରେ ସାମିଲ ଥିଲା।
Powered by Froala Editor