ଶିଶୁକୁ ଲଟେରିରେ ମିଳିଲା ୧୬ କୋଟିର ଇଞ୍ଜେକସନ
କୋଏମ୍ବାଟୋର : ଶୀର୍ଷକ ଯିଏ ବି ପଢ଼ିବେ ସିଏ ନିଶ୍ଚିତ ଚକିତ ହୋଇଯିବେ । କୋଏମ୍ବାଟୋରର ଜଣେ ବର୍ଷେ ୧୮ ଦିନର ଶିଶୁ ବିରଳ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ଏକ ଇଞ୍ଜେକସନର ମୂଲ୍ୟ ୧୬ କୋଟି ଟଙ୍କା ଥିଲା । ତେବେ ବାପାମାଆଙ୍କ ପକ୍ଷରେ ଏହି ଔଷଧ ଯୋଗାଡ କରିବା ସମ୍ଭବପର ନଥିଲା । ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନକୁ ଅର୍ଥ ପାଇଁ ଧାଁ ଦୌଡ କରିଥିଲେ ମଧ୍ୟ ସଫଳତା ପାଇନଥିଲେ । କିନ୍ତୁ ଏକ ଲଟେରି ଜରିଆରେ ସେମାନଙ୍କୁ ଏହି ରୋଗର ଚିକିତ୍ସା ପାଇଁ ଉଦ୍ଧିଷ୍ଟ ୧୬ କୋଟି ଟଙ୍କା ମୂଲ୍ୟର ଇଞ୍ଜେକସନ ମିଳିଯାଇଛି । ଇଞ୍ଜେକସନଟି ମିଳିବା ପରେ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଡାକ୍ତରମାନେ ଶିଶୁଟିକୁ ତାହା ଦେଇଛନ୍ତି । ଶନିବାର ଅପରାହ୍ନରେ ଶିଶୁଟିକୁ ୧୬ କୋଟି ମୂଲ୍ୟର ଏହି ସିଙ୍ଗଲ ଡୋଜ ଇଞ୍ଜେକସନ ଦିଆଯାଇଛି । ଉକ୍ତ ଇଞ୍ଜେକସନ ନାମ ହେଉଛି ଜୋଲଜେନସମା । ଶିଶୁଟିର ନାମ ଜୁହା ଜୈନାବ ଏବଂ ତା ବାପାଙ୍କ ନାମ ଭି ଅବଦୁଲ୍ଲା ଏବଂ ମାଆଙ୍କ ନାମ ଐଶା ଫିରଦୋସ । ଶିଶୁଟି ବିରଳ ସ୍ପାଇନାଲ ମସକୁ୍ୟଲାର ଆଟ୍ରୋଫି (ଏସଏମଏ) ରୋଗରେ ପୀଡିତ ଥିଲେ ।
Powered by Froala Editor