ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ନସରଲ୍ଲା ମୃତ
ଇସ୍ରାଏଲ ସେନା କରୁଥିବା ଦାବିରେ ମୋହର ମାରିଛି ଲେବାନନର ବିଦ୍ରୋହୀ ସଂଗଠନ ହେଜବୁଲ୍ଲା। ଇସ୍ରାଏଲ ଦକ୍ଷିଣ ଲେବାନନରେ କରିଥିବା ଏୟାର ଷ୍ଟ୍ରାଇକରେ ସଂଗଠନର ମୁଖ୍ୟ ଶେଖ ହାସନ ନସରଲ୍ଲା ପ୍ରାଣ ହରାଇଥିବା ହେଜବୁଲ୍ଲା ସ୍ପଷ୍ଟ କରିଛି। ଇସ୍ରାଏଲ ଶୁକ୍ରବାର ବେରୁତରେ ଏୟାର ଷ୍ଟ୍ରାଇକ୍ କରିଥିଲା, ଯାହା ପରେ ନସରଲ୍ଲାଙ୍କ ପାଖରେ ପହଞ୍ଚି ପାରିନଥିଲା। ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ ସେନା ଏହାକୁ ନିଶ୍ଚିତ କରିଥିଲା । ହେଜବୁଲ୍ଲା ଏକଥା ସ୍ୱୀକାର କରିବା ପୂର୍ବରୁ ଇସ୍ରାଏଲ ସେନା ପୂରା ଦୁନିଆକୁ ନସରଲ୍ଲାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ସାରିଥିଲା।
୬୪ ବର୍ଷୀୟ ନସରଲ୍ଲା ବେରୁଟ ସ୍ଥିତ ହେଜବୁଲ୍ଲାର ମୁଖ୍ୟାଳୟରେ ଥିବା ବେଳେ ଶୁକ୍ରବାର ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ନସରଲ୍ଲାଙ୍କ ସମେତ ହେଜବୁଲ୍ଲାର ଅନେକ ସଦସ୍ୟ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ହେଜବୁଲ୍ଲା ଗୋଟିଏ ବିବୃତି ଜାରି କରିଛି।
୩୨ ବର୍ଷ ଧରି ନସରଲ୍ଲା ହେଜବୁଲ୍ଲାର ନେତୃତ୍ୱ ନେଉଥିଲେ। ଏବେ ତାଙ୍କର ମୃତ୍ୟୁ ସଂଗଠନ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। ଇସ୍ରାଏଲ ୨୦୨୩ ଅକ୍ଟୋବର ୭ରୁ ଗାଜାରେ ହମାସ ସହ ଲଢ଼େଇ ଆରମ୍ଭ କରିଥିଲା। ଏହାର ଦିନକ ପରେ ଗାଜା ସମର୍ଥନରେ ହେଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ସେବଠାରୁ ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଚାଲିଥିବା ଲଢ଼େଇ ମଧ୍ୟରେ ଏବେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟିଛି। ନସରଲ୍ଲା ପ୍ରାଣ ହରାଇଥିଲେ ହେଁ ହେଜବୁଲ୍ଲା ଗାଜା ଓ ପାଲେଷ୍ଟାଇନ ସପକ୍ଷରେ ଯୁଦ୍ଧ ଜାରି ରଖିବ। ଏଥିସହ ଲେବାନନ ଓ ଏହାର ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ସଂଗଠନ ପଛ ଘୁଞ୍ଚା ଦେବ ନାହିଁ ବୋଲି କହିଛି।
Powered by Froala Editor