ଶରୀରକୁ ସୁସ୍ଥ ରଖିଥାଏ କଳାଚଣା
ସାଧାରଣତଃ ଚଣା ଶରୀରକୁ ସୁସ୍ଥ ରଖିଥାଏ। ବଜାରରେ ବିଭିନ୍ନ ରଙ୍ଗର ଚଣା ମିଳିଥାଏ। ସେଥିମଧ୍ୟରୁ କଳା ରଙ୍ଗର ଚଣା ସ୍ୱାସ୍ଥ୍ୟ ପ୍ରତି ବହୁ ହିତକର। ଏହାକୁ ରୋଷେଇ କରି, ସିଝାଇ, ଗଜା କରି ଖିଆଯାଇଥାଏ। କଳାଚଣାରେ କାର୍ବହାଇଡ୍ରେଡ୍, ପ୍ରୋଟିନ୍, ଫାଇବର, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ୍ ଭରପୂର ରହିଥାଏ। କଳାଚଣାକୁ ଗଜା କରି ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ। ଗଜା ଚଣା ଖାଇଲେ ଶରୀରରେ ଭିଟାମିନ୍ ଏ, ବି, ସି, ଡ଼ି ସହ ଫସଫରସ୍, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଆବଶ୍ୟକତା ପୂରଣ ହୋଇଥାଏ।
Powered by Froala Editor