ହାତୀ ଆକ୍ରମଣରେ ଦୁଇ ମୃତ
ବାରିପଦା: ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା। ବାରିପଦା ବନଖଣ୍ଡର ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଶୁଳିଆପଦା ଥାନା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ମୃତକ ଜଣଙ୍କ ଘର ବାରଣ୍ଡାରେ ଶୋଇଥିବାବେଳେ ହାତୀ ତାଙ୍କୁ ଟେକିନେଇ କଚାଡି ଦେଇଥିଲା। ସେହିପରି ମୋରଡା ଥାନା ଉଲିଡିହି ଗାଁରେ ଜଣେ ମହିଳାଙ୍କ ଜୀବନ ନେଇଛି ଦନ୍ତା। ସକାଳୁ ମହିଳା ଜଣଙ୍କ ଘର ଝାଡୁ କରୁଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ। ଗତ କିଛି ଦିନ ହେବ ବାରିପଦା ବନଖଣ୍ଡର ଦେଉଳି, ରାସଗୋବିନ୍ଦପୁର ଏବଂ ବେତନଟୀ ଆଦି ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଆଡୁ ହାତୀପଲ ଆସି ବିଭିନ୍ନ ଅଞ୍ଚଳରେ ବ୍ୟାପକ ଧନଜୀବନ ନଷ୍ଟ କରୁଛନ୍ତି।
Powered by Froala Editor