୨୧ରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଆତିଶୀ
ସେପ୍ଟେମ୍ବର ୨୧ ତାରିଖରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଆପ୍ ବିଧାୟକ ଦଳ ନେତା ଆତିଶୀ ମାର୍ଲେନ ସିଂହ। କାରଣ ଦିଲ୍ଲୀ ଉପ-ରାଜ୍ୟପାଳ ଭିକେ ସକ୍ସେନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଚିଠିରେ ଆତିଶୀଙ୍କ ଶପଥ ଗ୍ରହଣ ପାଇଁ ଏହି ତାରିଖ ପ୍ରସ୍ତାବ ଦେଇଛନ୍ତି। ଆମ ଆଦମୀ ପାର୍ଟିର ବିଧାୟକ ଦଳ ନେତା ଆତିଶୀଙ୍କୁ ୨୧ ରେ ଏଲ.ଜି ଭି.କେ ସକ୍ସେନା ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇବେ । ଏହା ସହିତ ଆମ୍ ଆଦମୀ ପାର୍ଟିର କିଛି ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇଥିଲେ। ସେହିଭଳି ତାଙ୍କ ସହିତ ଉପ-ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିବା ଆତିଶୀ ନୂଆ ସରକାର ଗଠନ କରିବା ପାଇଁ ଦାବି ଜଣାଇଥିଲେ।
ସୂଚନାଥାଉକି, ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ସେ ହେଉଛନ୍ତି ଆମ୍ ଆଦମୀ ପାର୍ଟିର ପ୍ରଥମ ମହିଳା ନେତା ଯିଏକି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।ଏହା ପୂର୍ବରୁ ମଙ୍ଗଳବାର ଦିନ ଆତିଶୀ ଏଲ.ଜି ଭି.କେ ସାକ୍ସେନାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ । ଏହା ପରେ ଏଲଜି ଭି.କେ ସକ୍ସେନା ଆତିଶୀଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି ।
Powered by Froala Editor