ଏଭଳି ଆଉଟ୍ଫିଟ୍ ପିନ୍ଧିଲେ ଅଫିସରେ ଦେଖାଯିବେ ଫିଟ୍

ଅଧିକାଂଶ କର୍ମଜୀବୀ ଅଫିସ୍କୁ ବାହାରିବା ସମୟରେ କ’ଣ ପିନ୍ଧି ବାହାରିବେ ଏ ନେଇ ଚିନ୍ତାରେ ପଡ଼ିଥାଆନ୍ତି। ତେବେ କେଉଁଭଳି ଆଉଟ୍ଫିଟ୍ ପିନ୍ଧିଲେ ଆପଣ ଅଫିସରେ ଫିଟ୍ ଦେଖାଯିବେ ଜାଣନ୍ତୁ ସେ ସମ୍ପର୍କରେ…
ମହିଳା ପ୍ରତିଦିନ ଅଫିସ୍ ଯିବା ସମୟରେ କପଡ଼ାକୁ ନେଇକି ବହୁ ଟେନ୍ସନରେ ରୁହନ୍ତି। ଯଦି ଆପଣ ବି ଅଫିସ୍ ପିନ୍ଧି ଯିବା ଲାଗି ଟେନ୍ସନରେ ରହୁଛନ୍ତି ତେବେ ତା’ ସହ ଆଉଟ୍ଫିଟ୍ ମ୍ୟାଚ୍ କରି ପିନ୍ଧିଲେ ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଆହୁରି ଦ୍ୱିଗୁଣିତ କରିଥାଏ।
ଆପଣ କଟନ୍ ବ୍ଲୁ ପ୍ରିଣ୍ଟେଡ୍ କୁର୍ତ୍ତି ସହିତ ପ୍ୟାଣ୍ଟ ପିନ୍ଧି ଯାଇପାରିବେ। ଏହାକୁ ପିନ୍ଧିବା ଦ୍ୱାରା ଆପଣ ପ୍ରଫେସନାଲ ଲୁକ୍ ଦେଖାଯିବେ।
ଅଫିସ୍ରେ କୌଣସି ପୂଜା କିମ୍ବା ଫଙ୍କସନ୍ ଅଛି ତେବେ ଆପଣ ହ୍ବାଇଟ୍ ଫ୍ଲୋରାଲ କୁର୍ତ୍ତା ଓ ପ୍ୟାଣ୍ଟ ପିନ୍ଧିପାରିବେ।
ଆପଣ ସିମ୍ପଲ୍ ଦେଖାଯିବାକୁ ଚାହୁଁଛନ୍ତି ତେବେ ପ୍ଲେନ୍ ବ୍ଲୁ କୁର୍ତ୍ତି ପ୍ୟାଣ୍ଟ ସେଟ୍ କରି ପିନ୍ଧିପାରିବେ କିମ୍ବା ହ୍ବାଇଟ୍ କୁର୍ତ୍ତି ପ୍ୟାଣ୍ଟ ମଧ୍ୟ ପିନ୍ଧିପାରିବେ। ଏହା ସହ ପିଙ୍କ୍ ଦୁପଟା ମଧ୍ୟ ପକାଇଲେ ଆପଣ ବହୁତ ସୁନ୍ଦର ଦେଖାଯିବେ।
Powered by Froala Editor