ହୃଦ୍ଘାତରେ ଶିକାର ହୋଇଥାନ୍ତି ଏହି ବ୍ୟକ୍ତି

ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହି ସର୍ଭେରେ ଡାଇବେଟିସ୍ କିମ୍ବା ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ଅଧିକ ହୃଦ୍ଘାତର ଶିକାର ହୋଇଥାନ୍ତି ବୋଲି କୁହାଯାଇଛି। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ ଏବଂ ସ୍ବାସ୍ଥ୍ୟ ପ୍ରତି ସଠିକ୍ ଦୃଷ୍ଟି ନ ଦେବାରୁ ଏପରି ଗୁରୁତର ସମସ୍ୟା ଦେଖାଦେଇଥାଏ। ତେଣୁ ଏ ନେଇ ସତର୍କ ରହିବା ନିହାତି ଦରକାର। ଅନ୍ୟପକ୍ଷରେ କୋଲେଷ୍ଟରଲ, ରକ୍ତଚାପ ଓ ଡାଇବେଟିସ୍କୁ ସବୁବେଳେ ନିୟନ୍ତ୍ରଣରେ ରଖିବା ଜରୁରୀ। ମାନସିକ ଚାପଠାରୁ ନିଜକୁ ଦୂରେଇ ରଖନ୍ତୁ। ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମ ସାମିଲ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖିବା ଉଚିତ୍। ଅଧିକ ମସଲା, ତେଲଯୁକ୍ତ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ ବୋଲି ସର୍ଭେରେ କୁହାଯାଇଛି।
Powered by Froala Editor