ଏହି ସବୁ ସ୍ବପ୍ନ ଆସୁଥିଲେ ମୃତ୍ୟୁ ଖୁବ୍ ନିକଟ ହୋଇପାରେ

ପୃଥିବୀପୃଷ୍ଠରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ ଏହା ସମସ୍ତେ ଜାଣନ୍ତି। ସଂସାରରେ କୌଣସି ବ୍ୟକ୍ତି ଏହାକୁ କେବେ ହେଲେ ମିଛ ବୋଲି ପ୍ରମାଣିତ କରିପାରିବ ନାହିଁ। ମୃତ୍ୟୁ ପୂର୍ବରୁ ମଣିଷର ଜୀବନରେ କିଛି ସଙ୍କେତ ଆସିଥାଏ। ଶାସ୍ତ୍ରରେ କୁହାଯାଇଛି ଏହି ସଙ୍କେତ ଆପଣଙ୍କ ସ୍ବପ୍ନରେ ଆସିଥାଏ କିମ୍ବା ପରେ ଆପଣଙ୍କ ଆଖପାଖରେ କିଛି ଏଭଳି ଘଟଣା ହେବା ଆରମ୍ଭ ହୋଇଯାଇଥାଏ, ଯାହାକି ଆପଣଙ୍କ ମୃତ୍ୟୁର ଏକ ସଙ୍କେତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ କ’ଣ ଦେଖିଲେ ଜାଣିପାରିବେ ଆପଣଙ୍କ ମୃତ୍ୟୁ ନିକଟରେ ହେବାକୁ ଯାଉଛି। ତେବେ ଏହି ସବୁ ମାନ୍ୟତା ପରମ୍ପରା ଏବଂ ଧାର୍ମିକ ମାନ୍ୟତା ଗୁଡିକୁ ନେଇ ଆଧାରିତ। -ଯଦି ଆପଣଙ୍କ ସ୍ବପ୍ନରେ ଢୋଲ-ନଗାଡା ବଜାଯାଉଥିବା ଦେଖିବାକୁ ପାଆନ୍ତି ତେବେ ଆପଣଙ୍କ ସହିତ କିଛି ଖରାପ ହେବାକୁ ଯାଉଛି ବୋଲି ଜାଣିନେବେ। କାରଣ ଏହା ଶୁଭ ସଙ୍କେତ ନୁହେଁ। ଯଦି କେହି ନଣ୍ଡା ହେବାର ସ୍ବପ୍ନରେ ଦେଖନ୍ତି ତେବେ ଏହା ଭଲ ନୁହେଁ। ଏଭଳି ସ୍ବପ୍ନ ଦେଖିଲେ ସମ୍ପର୍କୀୟଙ୍କର କାହାର ମୃତ୍ୟୁ ହେବାର ଅଛି ବୋଲି ସଙ୍କେତ ମିଳିଥାଏ। -ସ୍ବପ୍ନରେ କୌଣସି ସ୍ତ୍ରୀ ଲୋକଙ୍କୁ ବିନା ବସ୍ତ୍ରରେ ଯଦି ଦେଖନ୍ତି ତେବେ ଏହା ଅଶୁଭ ସଙ୍କେତ। କୁହାଯାଏ ଏହା ଦେଖିଲେ ମୃତ୍ୟୁର ନିକଟତର ହୋଇଯାଇଛି। -ସ୍ବପ୍ନରେ ଭଗବାନ ଦର୍ଶନ କରିବା ଖୁବ୍ ଶୁଭ। କିନ୍ତୁ ଯଦି ସ୍ବପ୍ନରେ ଭଗବାନଙ୍କ ମୂର୍ତ୍ତି ଭାଙ୍ଗିଯାଇଥିବା ଦେଖନ୍ତି ତେବେ ଏହା ଶୁଭ ସଙ୍କେତ ନୁହେଁ। କେଉଁଠାରୁ ଆପଣଙ୍କୁ ଖରାପ ଖବର ଶୁଣିବାକୁ ମିଳିପାରେ। -ସ୍ବପ୍ନରେ ଉପରୁ ଗଛ ପଡୁଥିବାର ଦେଖିବା ଅଶୁଭ ମନେକରାଯାଇଥାଏ। ଯଦି କୌଣସି ବୃକ୍ଷ ବହୁ ଉଚ୍ଚରୁ ପଡୁଛି ତେବେ ଏହାର ଅର୍ଥ ମୃତ୍ୟୁ ଆପଣଙ୍କ ଖୁବ୍ ନିକଟରେ ରହିଛି।
Powered by Froala Editor