ପୁଣି ଥରେ ଅସୁସ୍ଥ ଲାଲକୃଷ୍ଣ ଆଡଭାନୀ
ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପି ଭେଟରାନ ଲାଲକୃଷ୍ଣ ଆଡଭାନୀ ପୁଣି ଥରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କର ଚିକିତ୍ସା ସ୍ୱତନ୍ତ୍ର ଡାକ୍ତରୀ ଟିମ ଆରମ୍ଭ କରିଛନ୍ତି।
ହସ୍ପିଟାଲର ଡାକ୍ତର ବିନୀତ ସୁରୀ କହିଛନ୍ତି, ବର୍ତ୍ତମାନ ଆଡଭାନୀଙ୍କୁ ଅବଜରଭେସନରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିଛି ଦିନ ତଳେ ତାଙ୍କୁ ଦିଲ୍ଲୀ ଏମ୍ସରେ ଆଡମିଟ୍ କରାଯାଇଥିଲା । ଆଡଭାନୀ ୟୁରୋଲୋଜି ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହୋଇଥିଲେ। ତେବେ ୨୭ ଜୁନରେ ସୁସ୍ଥ ହେବା ପରେ ସେ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ୯୬ ବର୍ଷୀୟ ଆଡଭାନୀ ବେଶ କିଛି ଦିନ ହେବ ବୟସାଧିକ କାରଣରୁ ଅସୁସ୍ଥ ରହୁଛନ୍ତି।
Powered by Froala Editor