ଚିନୁକ୍ ହେଲିକପ୍ଟର ଚୋରି ଖବର ମିଥ୍ୟା
ଲକ୍ଷ୍ନୌରେ ଡିଫେନ୍ସ ଏକ୍ସପୋ ସମୟରେ ପ୍ରଦର୍ଶିତ ହୋଇଥିବା ଡିଆରଡିଓ ଦ୍ୱାରା ନିର୍ମିତ ଏକ ମଡେଲ ହେଲିକପ୍ଟର ଚୋରି ହୋଇଛି ବୋଲି ଖବର ପ୍ରସାରିତ ହୋଇଥିଲା । ତେବେ ଏହି ଖବର ମିଥ୍ୟା ବୋଲି ଜଣାପଡିଛି। ଡିଆରଡିଓ ପକ୍ଷରୁ ଏ ନେଇ ଏକ ଟ୍ୱିଟରେ କୁହାଯାଇଛି ଯେ ଲକ୍ଷ୍ନୌ ଠାରେ ପ୍ରତିରକ୍ଷା ପ୍ରଦର୍ଶନୀ ୨୦୨୦ ସମୟରେ ଚିନୁକ୍ ହେଲିକପ୍ଟରର କୌଣସି ମଡେଲ ପ୍ରଦର୍ଶିତ କରାଯାଇ ନ ଥିଲା। ଏହି ସୂଚନା ବିଭ୍ରାନ୍ତିକର ବୋଲି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ସ୍ପଷ୍ଟ କରିଛି।
୨୦୨୦ରେ ଡିଫେନ୍ସ ଏକ୍ସପୋରେ ଡିଆରଡିଓ ପ୍ରବେଶ ଦ୍ୱାରରେ ସ୍କ୍ରାପ୍ରୁ ଚିନୁକ୍ ହେଲିକପ୍ଟରର କପି ମଡେଲ ରଖିଥିଲା। ଏହି ସମୟରେ ଏକ୍ସପୋରେ ପହଞ୍ଚୁଥିବା ସମସ୍ତ ଲୋକ ହେଲିକପ୍ଟରର ମଡେଲ ସହ ସେଲ୍ଫି ଉଠାଇଥିଲେ। ଏକ୍ସପୋ ସରିବା ପରେ ମଧ୍ୟ ହେଲିକପ୍ଟର ସେଠାରେ ରହିଥିଲା, ଯାହାର ଦାୟିତ୍ୱ ମହାନଗର ନିଗମକୁ ଦିଆଯାଇଥିଲା।
ଗତବର୍ଷ ୨୦୨୩ରେ ଯେତେବେଳେ ଲକ୍ଷ୍ନୌରେ ଜି-୨୦ ଶିଖର ସମ୍ମିଳନୀ ହେବାର ଥିଲା, ସେତେବେଳେ ଏହି ପଡ଼ିଆକୁ ଚୟନ କରାଯାଇଥିଲା। ଏହାପରେ ମହାନଗର ନିଗମ ହେଲିକପ୍ଟରର ସ୍ତମ୍ଭ ଦୁର୍ବଳ ଏବଂ ଅଞ୍ଚଳରେ ଭିଆଇପି ଗତିବିଧି ବୋଲି କହି ଏହି ମଡେଲକୁ ହଟାଇ ଦେଇଥିଲା, କିନ୍ତୁ ଏହା ପରେ ହେଲିକପ୍ଟରର କ’ଣ ହେଲା ସେ ବିଷୟରେ କେହି ଜାଣି ପାରିନଥିଲେ। ତେବେ ଏହି ହେଲିକପ୍ଟର ଚୋରି ହୋଇନାହିଁ ବୋଲି ଡିଆର୍ଡିଓ ସ୍ପଷ୍ଟ କରିଛି ।
Powered by Froala Editor