ପୂଜା ସମୟରେ ତଳେ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ ଆସିପାରେ ବିପଦ

ପୂଜାପାଠ କରିବା ଦ୍ୱାରା ଘରକୁ ସକରାତ୍ମକ ଶକ୍ତି ଆସିଥାଏ । ଏହାଦ୍ୱାରା ଭଗବାନ ସର୍ବଦା ଗୃହରେ କୃପା ଦୃଷ୍ଟି ରଖିଥାନ୍ତି । କିନ୍ତୁ ଯଦି ନୀତି ନିୟମ ଭୁଲ ହୋଇଥାଏ, ତେବେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ପୂଜାପାଠ ସମୟରେ ବାସ୍ତୁ ସହ ଜଡିତ ସମସ୍ତ ନିୟମ ପାଳନ କରିବାକୁ ପଡିଥାଏ । ବିଶେଷ କରି ପୂଜାରେ ବ୍ୟବହୃତ ହେଉଥିବା ଜିନିଷକୁ ଭୂମି ଉପରେ ତଳେ ରଖିବା ଅନୁଚିତ । ପୂଜାପାଠ ସାମଗ୍ରୀକୁ ଅତ୍ୟନ୍ତ ଶୁଭ ମନାଯାଏ । ତେଣୁ ଏଗୁଡିକ ତଳେ ରଖିବା ଦ୍ୱାରା ବାସ୍ତୁ ଦୋଷ ଦେଖା ଦେବା ସହ ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ତେଣୁ ଦୀପ, ଫୁଲ, ମାଳ, ଗଙ୍ଗାଜଳ, ଧୂପଦାନୀ ଆଦି ପୂଜା ସାମଗ୍ରୀକୁ ସର୍ବଦା ଥାଳି ମଧ୍ୟରେ ରଖି କୌଣସି ଉଚ୍ଚ ସ୍ଥାନରେ ରଖିବା ଉଚିତ୍ । ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋକୁ ଆଦୌ ତଳେ ରଖିବା ଉଚିତ୍ ନୁହେଁ । ଶିବ ଲିଙ୍ଗକୁ ବିଲକୁଲ ତଳେ ରଖନ୍ତୁ ନାହିଁ, ଏହାକୁ ତଳେ ରଖିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଶିବ ଲିଙ୍ଗକୁ ସର୍ବଦା ସଫା କପଡା ଓ ପରିଷ୍କାର ସ୍ଥାନରେ ରଖିବା ଉଚିତ୍ । ଶଙ୍ଖକୁ ତଳେ ରଖନ୍ତୁ ନାହିଁ କାରଣ ଏହା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । କଳସକୁ ଭୂମି ଉପରେ କଦାପି ରଖନ୍ତୁ ନାହିଁ । ଏହା ଦ୍ୱାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ପବିତ୍ର କଳସକୁ ସବୁବେଳେ ଥାଳିରେ ରଖନ୍ତୁ ।
Powered by Froala Editor