ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ମେ' ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୪ଟି ଲୋକସଭା ଆସନ ସହ ୨୮ ବିଧାନସଭା ଆସନ ପାଇଁ ପଡିବ ଭୋଟ । ଏଥିପାଇଁ ଚାରିଆଡେ ଚାଲିଛି ଜୋରଦାର ପ୍ରଚାର । ଲଗାତାର କେନ୍ଦ୍ରର ହେବିଓ୍ବେଟ00 ନେତାମାନେ ଓଡ଼ିଶା ଗସ୍ତ କରି ହାଇଭୋଲଟେଜ ପ୍ରଚାର କରି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଆଗକୁ ନିର୍ବାଚନ ଥିବାରୁ ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ ।
ଏହି କ୍ରମରେ ଆସନ୍ତାକାଲି ରାତିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ଏଥିସହ ଭୁବନେଶ୍ବରରେ ମଧ୍ୟ ରାତ୍ରୀଯାପନ କରିବେ ବୋଲି ଜଣାପଡିଛି। ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଏକ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
Powered by Froala Editor