ମୃତ ହାତୀ ଶାବକ ପ୍ରସବ ପରେ ମା ହାତୀ ର ମୃତ୍ୟୁ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ତଥା ବାମେବ।ରି ଫରେଷ୍ଟ ସେକ୍ସନ ଅଧିନସ୍ଥ ବସନ୍ତ ପୂର୍ ନିକଟ ରେନ୍ଥାସାହି ଜଙ୍ଗଲରେ ହାତୀ ଶାବକକୁ ଜନ୍ମ କରି ନପାରି ପ୍ରସବ ବେଦନାରେ ମାଈହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାରଠାରୁ ମାଆ ହାତୀ ପ୍ରସବ ବେଦନାରେ ଛଟପଟ ହେଉଥିଲା। ହାତୀ ଶାବକର ଗୋଡ଼ ଦୁଇଟି ବାହାରକୁ ବାହାରି ଆସିଥିଲା। ମାଆ ହାତୀ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲା। ମାଈ ହାତୀଟି ଚିତ୍କାର କରୁଥିବା ନେଇ ଅଞ୍ଚଳ ବାସୀ ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ, ପ୍ରାଣୀ ଚିକିତ୍ସକ ଓ ବନ୍ୟଜନ୍ତୁ ବିଶେଷଜ୍ଞ ଟିମ୍ ଜଙ୍ଗଲରେ ପହଞ୍ଚି ଥିଲେ। ଉଦ୍ଧାର ଓ ଉପଚାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ମୃତ ହାତୀ ଶାବକକୁ ବାହାର କରାଯାଇଥିଲା। ଏଥିସହିତ ମା' ହାତୀର ଚିକିତ୍ସା ମଧ୍ୟ ଆରମ୍ଭ କରାଯାଇଥିଲା।
ତେବେ ମୃତ ହାତୀ ଶାବକଟି ଜନ୍ମ ହେଲା ପରେ ମାଈ ହାତୀ ର ଅବସ୍ଥା ସଙ୍କଟାପନ୍ନ ହୋଇ ଯାଇଥିଲା । ମାଆ ହାତୀ ଆଉ ନିଜ ଗୋଡ଼ରେ ଠିଆ ହେବା ପାଇଁ ସମର୍ଥ ହୋଇପାରି ନଥିଲା। ଚିକିତ୍ସା ଅବସ୍ଥାରେ ମାଈ ହାତୀ ର ଗୁରୁବାର ଦିନ ପ୍ରାୟ ୧୨ଟାବେଳେ ମୃତ୍ୟୁ ଘଟିଥିବା ଡି ଏଫ୍ ଓ ଏଚ ଡି ଧନର।ଜ କହିଛନ୍ତି । ସେ କହିଛନ୍ତି ଯେ,ମୃତ ମାଈ ହାତୀ ଟି ମଧ୍ୟମ ବୟସ୍କା ହୋଇଥିବା ବେଳେ ଡିଷ୍ଟୋଶିଆ ବା ସ୍ଵାଭାବିକ ପ୍ରସବ ହୋଇ ନଥିବାରୁ ଏହି ମୃତ୍ୟୁ ଘଟିଛି । ଏହାର ସମ୍ପୂର୍ଣ ବିବରଣୀ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ଧନର।ଜ୍ କହିଛନ୍ତି ।
Powered by Froala Editor