ମୁଥ, ଲାତ ମାରି ବାପାର ଜୀବନ ନେଇଗଲା ପୁଅ
ସମ୍ପତ୍ତି ପାଇଁ ୬୫ ବର୍ଷର ବାପାକୁ ପିଟିପିଟି ମାରିଦେଇଛି ପୁଅ । ବାପା ଚେୟାରରେ ବସିଥିବାବେଳ ପୁଅ ନୃଶଂସ ଭାବେ ପିଟି ଚାଲିଛି । ହାତରେ ପିଟି ମନ ମାନିଲାନି ଯେ, ଲାତ ବି ମାରୁଛି । ଏମିତିରେ ବାପାର ମୃତ୍ୟୁ ଘଟିଛି । ଏ ଘଟଣା ଘଟିଛି ତାମିଲନାଡୁରେ ।
ପେରାମବାଲୁରର ଜଣେ ୬୫ ବର୍ଷୀୟ ବାପାକୁ ମାଡ଼ ମାରି ଜୀବନରୁ ମାରି ଦେଇଛି ପୁଅ । ଗତ ୧୮ ତାରିଖରେ ଏହି ଘଟଣା ଘଟିଥିବାବେଳେ ସେହିଦିନ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି ।
ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବୁଢ଼ା ବାପା ଚେୟାରରେ ବସିଥିବାବେଳେ ନିର୍ଧୂମ ମାଡ଼ ମାରୁଛି ପୁଅ । ମୁହଁକୁ ମୁହଁକୁ ମୁଥ ପରେ ମୁଥ ମାଡ଼ ମାରିବା ପରେ ବୃଦ୍ଧ ନିଜର ଚେତା ହରାଉଛନ୍ତି । ମାଡମାରି ଥକିଯିବା ପରେ ପୁଣି ଫେରିଆସି ବୁଢ଼ା ବାପାଙ୍କୁ ଲାତ ମାରୁଛି ପୁଅ । ପରେ ଘରର ଜଣେ ସଦସ୍ୟ ଆସି ତାଙ୍କୁ ଅଟକାଉଛନ୍ତି ।
ବାପା ଅଚେତ ହୋଇପଡ଼ିଥିବାବେଳେ ଜଣେ ମହିଳା ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର କିଛି ସମୟ ପରେ ପରିବାର ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
Powered by Froala Editor