୮୫ ବର୍ଷୀୟ ମା’ଙ୍କୁ ପିଟିପିଟି ମାରିଦେଲା ଝିଅ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଧଳପଡ଼ା ପଞ୍ଚାୟତ ବ୍ରାହ୍ମଣ ଖଣ୍ଟଖୋଲ ଗ୍ରାମର ଜଣେ ମାନସିକ ବିକୃତଝିଅ ମାଡ଼ରେ ତାଙ୍କର ୮୫ବର୍ଷୀୟ ମା’ଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଦୁର୍ଗାବତୀ ଦାସ( ୮୫)। ଅଭିଯୁକ୍ତା ଆଶାଲତା ଦାସ(୫୫)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ଭୁବନ ଥାନା ମଝିପାଳ ଗାଁରେ ବାସ କରନ୍ତି ସ୍ୱର୍ଗତ ବିଭୁତି ଭୁଷଣ ଦାଶଙ୍କ ପତ୍ନୀ ଦୁର୍ଗାବତୀ। ପୁଅ ଆଲୋକ ଚନ୍ଦ୍ର ଦାଶ ତାଳଚେରରେ ଏକ କମ୍ପାନୀରେ ଚାକିରି କରୁଥିବାରୁ ପରିବାର ସହ ସେଠାରେ ରହୁଛନ୍ତି। ହେଲେ ତାଙ୍କ ମାଆ ଗାଁରେ ନିଜ ମାନସିକ ବିକାର ଗ୍ରସ୍ତ ଭଉଣୀ ଆଶାଲତାଙ୍କ ସହ ରହୁଥିଲେ। ତାଙ୍କର ସବୁ କଥା ବୁଝୁଥିଲେ ଆଲୋକ। ପ୍ରତିଦିନ ଫୋନ୍ କରି ତାଙ୍କ ମାଆ ସହ କଥା ହେଉଥିଲେ।
ଆଲୋକ ନିଜ ମାଆଙ୍କ ପାଖକୁ ଫୋନ୍ କରିଥିଲେ। ମାତ୍ର ସେ ଫୋନ୍ ରିସିଭ୍ କରିନଥିଲେ। ମନରେ ସନ୍ଦେହ ହେବାରୁ ଗାଁ ନିକଟରେ ବିବାହ କରିଥିବା ଆଉ ଜଣେ ଭଉଣୀଙ୍କୁ ନିଜ ଘରକୁ ପଠାଇଥିଲେ ଆଲୋକ। ସେ ଆସିଲା ବେଳକୁ ଘର ଭିତର ପାର୍ଶ୍ୱରୁ କବାଟ ବନ୍ଦ ଥିଲା। ଆଉ କବାଟରେ ରକ୍ତି ଛିଡ଼ା ଲାଗିଥିବା ଦେଖିବାକୁ ପାଇଥିଲେ। ଏହା ପରେ ଆଲୋକଙ୍କୁ ସୂଚନା ଦେବା ସହିତ ଗାଁ ଲୋକଙ୍କୁ କହିଥିଲେ। କବାଟ ଭାଙ୍ଗି ଘର ଭିତରୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ ।
ଦୁର୍ଗାବତୀ ଦାସଙ୍କ ସହିତ ଝିଅ ଆଶାଲତା କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ମା’ଙ୍କ ସହ ଆଶାଲତା ବହୁ ବାର କଳି କରୁଥିଲେ। ମା’ ସହ କଳି ହେବାରୁ କାଠ କବାଟର ଡିକିରାକୁ ଭିଡ଼ି ଆଣି ଲଗାତାର ପିଟି ଚାଲିଥିଲେ। ଏଥିରେ ଦୁର୍ଗାବତୀଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor