ଅମର ପ୍ରସାଦ ଶତପଥୀଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ
ଭୁବନେଶ୍ୱର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେତେକ ନେତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବରିଷ୍ଠ ଉପସଭାପତି ଭାବେ ଦାୟିତ୍ୱ ମିଳିଛି। ସରୋଜ ସାମଲଙ୍କୁ ବରିଷ୍ଠ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନୂଆ ଦାୟିତ୍ୱ ମିଳିଥିବା ବେଳେ ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ରଙ୍କୁ ବିଜୁ ମହିଳା ଜନତା ଦଳର କାର୍ୟ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ସେହିପରି ପ୍ରଶାନ୍ତ ସେଠୀଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଛି।
ଅନ୍ୟପଟେ ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କୁ ଦଳ କଳାହାଣ୍ଡି ଜିଲ୍ଲା ବିଜେଡି ପ୍ରଚାର କମିଟର ଅଧ୍ୟକ୍ଷ ଦାୟିତ୍ୱ ଦେଇଛି। ରାଜେଶ ଦାସଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡିର ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ମିଳିଥିବା ବେଳେ ଦୁର୍ଗାଶିଷ ମହାନ୍ତି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ନିର୍ବାଚନ ସଂଯୋଜକ ଦାୟିତ୍ୱ ତୁଲାଇବେ। ସେହିପରି ରଶ୍ମି ରଞ୍ଜନ ଦାସଙ୍କୁ ପାରାଦୀପ ବିଧାନସଭା ଆସନରେ ବିଜୁ ଯୁବ ଜନତା ଦଳର ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ମିଳିଥିବା ବେଳେ ଆଶିଷ କୁମାର ଜେନା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ୟ୍ୟ କରିବେ। ରଶ୍ମିରେଖା ମଲ୍ଲିକ ପାରାଦୀପ ବିଧାନସଭା ଆସନରେ ବିଜୁ ଛାତ୍ର ଜନତା ଦଳର ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ।
ଅପରପକ୍ଷେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ଟାଉନରେ ନୂଆ ବିଜେଡି ସଭାପତି ନିଯୁକ୍ତି କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦକ୍ରମେ ଏମ. ଚନ୍ଦ୍ରଶେଖରଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି।
Powered by Froala Editor