ଏହିସବୁ କଲେ ହୋଇଯିବେ କାଙ୍ଗାଳ, ରୁହନ୍ତୁ ଦୁରେଇ
ପ୍ରତ୍ୟେକ କାମର କିଛି ନା କିଛି ପରିଣାମ ରହିଛି । କିଛି କାମ ଘର ପାଇଁ ଉନ୍ନତିର ପଥ ଖୋଲିଥାଏ ତ ଆଉ କିଛି କାମ ଘରକୁ ବିପଦ ଟାଣି ଆଣିଥାଏ । ଏଠାରେ ସେମିତି କିଛି କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି ଯାହାକୁ କଲେ ଘରେ ନକାରାତ୍ମକ ଊର୍ଜ୍ଜା ବଢିବା ସହ ମାତା ଲକ୍ଷ୍ମୀ ବି ଅସନ୍ତୁଷ୍ଟ ହୋଇଥାନ୍ତି । କିଛି ଲୋକଙ୍କର ରାତିର ଅଇଁଠା ବାସନକୁ ସକାଳେ ମାଜିବାର ଅଭ୍ୟାସ ଥାଏ । କିନ୍ତୁ ଏହି ଅଭ୍ୟାସ ଯୋଗୁ ଘରେ ନକରାତ୍ମକ ଊର୍ଜ୍ଜା ବୃଦ୍ଧି ପାଇବା ସହ ମାତା ଲକ୍ଷ୍ମୀ ବି ରୋଷ କରିଥାନ୍ତି । ତେଣୁ ଖାଇ ସାରିବା ପରେ ଅଇଁଠା ବାସନକୁ ଶୀଘ୍ର ଧୋଇଦେବା ଭଲ । ବିଛଣାରେ କେବେ ବି ଚିରା, ମଇଳା ଚାଦର ପକାଇବେ ନାହିଁ । ଏହାଦ୍ୱାରା ବି ଘରେ ନକାରାତ୍ମକ ଊର୍ଜ୍ଜା ସୃଷ୍ଟି ହୋଇଥାଏ । ତେଣୁ ସକାଳୁ ଉଠିବା ପରେ ବିଛଣା ଚାଦରକୁ ସଙ୍ଗେସଙ୍ଗେ ସଜାଡି ଦେବେ, ଯଦି ମଇଳା ହୋଇଥିବ ଏହାକୁ ସଫା କରିଦେବେ । ପ୍ରତିଦିନ ପୂଜା କରିବା ପୂର୍ବରୁ ଓ ପରେ ଠାକୁର ଘରକୁ ସଫା କରିବା ଦରକାର । ଠାକୁର ଘର ସଫାସୁତୁରା ରହିଲେ ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି; ଯଦ୍ଦ୍ୱାରା ଘରର ଉନ୍ନତି ହୋଇଥାଏ । କିଛି ଲୋକଙ୍କର ଜୋତାକୁ ଏଣେତେଣେ ଫୋପାଡିବାର ଅଭ୍ୟାସ ଥାଏ । ଖାସ୍ କରି ମୁଖ୍ୟଦ୍ୱାରା ସମ୍ମୁଖରେ ଜୋତାକୁ ଏଣେତେଣେ ଫୋଫାଡିଲେ ମାତା ଲକ୍ଷ୍ମୀ ରୋଷ କରିଥାନ୍ତି; ଯାହା ଫଳରେ ଘରେ ଆର୍ଥିକ ସମସ୍ୟା ଦେଖାଯାଏ ବୋଲି ବିଶ୍ୱାସ ରହିଛି । ଆଉ କିଛି ଲୋକ ଅଛନ୍ତି; ଯେଉଁମାନେ ଖାଇସାରିବା ପରେ ଖାଦ୍ୟ ଥାଳିରେ ହିଁ ହାତ ଧୋଇ ଦିଅନ୍ତି । ଏପରି କଲେ ବି ଆର୍ଥିକ ସ୍ଥିତି ଦୁର୍ବଳ ହୁଏ ବୋଲି ବିଶ୍ୱାସ ଅଛି ।
Powered by Froala Editor