ଟ୍ୟାପରୁ ପାଣି ବ୍ୟବହାରକୁ ନେଇ ବଚସା, ମହିଳାଙ୍କୁ ଛୁରୀ ଭୁଶି ହତ୍ୟା କଲା ନାବାଳିକା
ନୂଆଦିଲ୍ଲୀ: କମନ୍ ଟ୍ୟାପରୁ ପାଣି ବ୍ୟବହାରକୁ ନେଇ ବଚସା। 'ଝିମିଟି ଖେଳରୁ ମହାଭାରତ' ପରି ଏହି ବଚସା ଏପରି ରୂପ ନେଇଛି ଯେ, ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ୧୫ ବର୍ଷର ଜଣେ ନାବାଳିକା ଜଣେ ମହିଳାଙ୍କୁ ଛୁରୀ ଭୁଶି ହତ୍ୟା କରିଥିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି।
ପୁଲିସ କହିବା ଅନୁସାରେ, ଦିଲ୍ଲୀର ଫାର୍ସ ବଜାରରେ ଘଟିଛି ଏହି ଘଟଣା। ଏଠାରେ ଏକ ବିଲ୍ଡିଂର ପ୍ରଥମ ମହଲାରେ ଚାରୋଟି ଗୃହ ମଧ୍ୟରୁ ଗୋଟିଏ ଘର ମାଲିକ ଏବଂ ଅନ୍ୟ ତିନୋଟିକୁ ତିନି ପରିବାର ବ୍ୟବହାର କରନ୍ତି। ଏହି ଚାରୋଟି ପରିବାରର ଅନ୍ତେବାସୀଙ୍କ ପାଇଁ ଗୋଟିଏ କମନ୍ ଟଏଲଟ୍ଏ ବଂ ଗୋଟିଏ କମନ୍ ଟ୍ୟାପ୍ ରହିଛି। ଏହି କମନ୍ ଟ୍ୟାପରେ ପାଣି ବ୍ୟବହାରକୁ ନେଇ ଏପ୍ରିଲ ୧୨ରେ ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା।
Powered by Froala Editor