ବୋମା ପକାଇ ଦିଲ୍ଲୀ ଏୟାରପୋର୍ଟ ଉଡାଇବାକୁ ଧମକ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ(IGI)କୁ ପରମାଣୁ ବୋମା ପକାଇ ଉଡାଇବାକୁ ଧମକ ମିଳିଛି। ଏହି ମାମଲାରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସ ଏନେଇ ସୂଚନା ଦେଇଛି।
ପୁଲିସ କହିଛି ଯେ, ଏପ୍ରିଲ ୫ରେ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କ ଯାଞ୍ଚ୍ କରାଯାଇଥିଲା। ଏହି ସମୟରେ ଦୁଇଜଣ ଯାତ୍ରୀ ସୁରକ୍ଷା କର୍ମୀଙ୍କୁ ପରମାଣୁ ବୋମା ସାହାଯ୍ୟରେ ବିମାନ ବନ୍ଦର ଉଡାଇଦେବାକୁ ଧମକ ଦେଇଥିଲେ। ଧାରା ୧୮୨/୫୦୫ (୧) ବି ଅନୁଯାୟୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ବୋମା ଧମକ ପାଇବା ପରେ ଦିଲ୍ଲୀ ପୁଲିସ ସତର୍କ ହୋଇପଡିଛି।
ଦିଲ୍ଲୀ ବିମାନବନ୍ଦର ଦେଶର ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଅନ୍ୟତମ ଏବଂ ଏହା ବିଶ୍ୱର ଅନେକ ପ୍ରମୁଖ ସହରକୁ ରାଜଧାନୀ ସହିତ ସଂଯୋଗ କରେ। ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ଦିଲ୍ଲୀ ବିମାନବନ୍ଦର ଓ ପାହାଡଗଞ୍ଜକୁ ବୋମା ଲଗାଇ ଉଡାଇ ଦେବାକୁ ଜଣେ ବ୍ୟକ୍ତି ଫୋନ୍ କଲ ଜରିଆରେ ଧମକ ଦେଇଥିଲେ।
Powered by Froala Editor