ସିବିଆଇ ହାତରେ ନବଜାତ ଚୋର ରାକେଟ୍ : ୮ ଶିଶୁ ଉଦ୍ଧାର

ଶିଶୁ ଚୋରି ରାକେଟର ପର୍ଦ୍ଦାଫାସ କରିଛି ସିବିଆଇ । ଦିଲ୍ଲୀର କେଶବପୁରମ ଅଞ୍ଚଳରୁ ୮ ନବଜାତଙ୍କୁ ଉଦ୍ଧାର କରାଯାଇଛି । ଏହି ମାମଲାରେ ସିବିଆଇ କିଛି ମହିଳା, ପୁରୁଷଙ୍କୁ ଗିରଫ କରିଥିବା ଜଣାଯାଇଛି।
ଦିଲ୍ଲୀରେ ପିଲା ଚୋରି ମାମଲା ବଢ଼ିଥିବା ନେଇ ଅଭିଯୋଗ ହେବା ପରେ ସିବିଆଇ ଏହି ମାମଲାର ଛାନଭିନ ଆରମ୍ଭ କରିଥିଲ। ଇତି ମଧ୍ୟରେ ସିବିଆଇ ଟିମ୍ ବିଭିନ୍ନ ସ୍ଥାନରେ ରେଡ କରି ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି। ସିବିଆଇ ଉଦ୍ଧାର କରିଥିବା ଶିଶୁଙ୍କ ମଧ୍ୟରୁ ଜଣେ ନବଜାତ ୩୬ଘଣ୍ଟା ପୂର୍ବରୁ ଜନ୍ମ ନେଇଥିବା ବେଳେ ଅଉ ଜଣେ ମାତ୍ର ୧୫ଦିନର ରହିଥିଲା। ଏହି ମାମଲାରେ ସିବିଆଇ ଟିମ୍ ଜଣେ ମହିଳାଙ୍କ ସମେତ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ତିନିଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଡାକ୍ତରଖାନାର ୱାର୍ଡ ବାଳକ ଏବଂ କିଛି ମହିଳା ଥିବା ଜଣାପଡ଼ିଛି।
ଶିଶୁ ଚାଲାଣ କରୁଥିବା ବ୍ୟକ୍ତି ମାନଙ୍କୁ ଧରିବା ପରେ ସିବିଆଇ ତଦନ୍ତ ବର୍ତ୍ତମାନ ଏକାଧିକ ରାଜ୍ୟକୁ ବ୍ୟାପିଛି ଏବଂ ଅନେକ ପ୍ରମୁଖ ଡାକ୍ତରଖାନା ଯାଞ୍ଚ ଚାଲିଛି। ଯେଉଁମାନେ ଅନ୍ୟର ଶିଶୁକୁ ପାଳନ କରିବାକୁ ବା ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛୁକ ଥିଲେ। ସେମାନଙ୍କୁ ଏହି ରାକେଟ ଜାଲରେ ଫସାଉଥିଲା। ସୂତ୍ରରୁ ପ୍ରକାଶ ଯେ ନବଜାତ ଶିଶୁମାନଙ୍କୁ ୪ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା।
Powered by Froala Editor