ବିନା ନୋଟିସ୍ରେ ଛଟେଇ : ୧୦ ମିନିଟ୍ ଭିଡିଓ କଲ୍ରେ ୪୦୦ କର୍ମୀଙ୍କୁ ବାହାର କରିଦେଲା କମ୍ପାନୀ
ଏବେ ଅନେକ କମ୍ପାନୀ ଛଟେଇ କରୁଛନ୍ତି । ଛଟେଇ କରିବା ପୂର୍ବରୁ ନୋଟିସ ଜାରି କରାଯାଉଛି । ପରଫର୍ମାନ୍ସ ଜରିଆରେ ହେଉ ଅବା କମ୍ପାନୀ ଦୁର୍ଦ୍ଦିନରେ ଚାଲୁଥିବା ଦର୍ଶାଇ ଛଟେଇ କରାଯାଉଛି । ହେଲେ ଏମିତି ଏକ କମ୍ପାନୀ ଯିଏକି ୧୦ ମିନିଟରେ ୪୦୦ କର୍ମୀଙ୍କୁ ବାହାର କରିଦେଇଛି । ସେପୁଣି ଭିଡିଓ କଲ୍ରେ ।
ସୂଚନାନୁସାରେ, କାନାଡାର ଅଗ୍ରଣୀ ଟେଲିକମ୍ କମ୍ପାନୀ ବେଲ ୪୦୦ କର୍ମଚାରୀଙ୍କୁ ୧୦ ମିନିଟର ଭିଡିଓ କଲରେ ଚାକିରିରୁ ବାହାର କରିଦେଇଛି । ଏହି ୧୦ ମିନିଟର ଭିଡିଓ କଲିଂରେ କର୍ମଚାରୀ ଏବଂ ୟୁନିଅନ୍ କୁ ଅନମ୍ୟୁଟ୍ କରା ଯାଇ ନ ଥିଲା। ଯାହାଫଳରେ କମ୍ପାନୀକୁ କେହି ପ୍ରଶ୍ନ ପଚାରି ପାରିବେ ନାହିଁ। ମ୍ୟାନେଜର କେବଳ କର୍ମଚାରୀଙ୍କ ଛଟେଇ ବିଷୟରେ ସୂଚନା ଦେଇଥିଲେ ଏବଂ କାହାକୁ କହିବାର ସୁଯୋଗ ମଧ୍ୟ ଦେଇ ନଥିଲେ।
କାନାଡାର ସର୍ବବୃହତ ବେସରକାରୀ କ୍ଷେତ୍ର କର୍ମଚାରୀ ସଂଘ ୟୁନିଫର୍ ଏହାକୁ ଦୃଢ ନିନ୍ଦା କରିଛି। ୟୁନିଫର୍ କହିଛି ଅଣସମ୍ବେଦନଶୀଳ ଢଙ୍ଗରେ କାର୍ଯ୍ୟରତ ଲୋକଙ୍କୁ ଚାକିରିରୁ ବାହାର କରିବା ନିଷ୍ପତ୍ତି ଅତ୍ୟନ୍ତ ଭୁଲ ଅଟେ।
Powered by Froala Editor