ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିୱାଲ
ନୂଆଦିଲ୍ଲୀ: ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବାରମ୍ବାର ସମନ କରାଯାଉଛି। ତେବେ ଏହି ମାମଲାରେ ଗିରଫ ଭୟରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସେ ତାଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଦାବି କରିଛନ୍ତି। ଅର୍ଥାତ ଇଡି ତାଙ୍କୁ ଗିରଫ ନ କରିବାକୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି। ଅନୁସନ୍ଧାନ ଏବଂ ପଚରାଉଚରାରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଇଡି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରୁ ବୋଲି କେଜ୍ରିଓ୍ବାଲଙ୍କ ଆବେଦନରେ କୁହାଯାଇଛି। ତେବେ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ବିଚାରପତି ସୁରେଶ କେଟଙ୍କ କୋର୍ଟରେ ଏ ସମ୍ପର୍କରେ ଶୁଣାଣି ହେବ।
ଇଡି ଏପର୍ୟ୍ୟନ୍ତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ୯ ଥର ସମନ ପଠାଇସାରିଲାଣି। ମାର୍ଚ୍ଚ ୨୧ ରେ ତାଙ୍କୁ ୯ମ ସମନ ପଠଯାଇଛି। ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ହାଇକୋର୍ଟରେ ଇଡିର ସମନକୁ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ବୁଧବାର ଅରବିନ୍ଦ କେଜ୍ରିୱାଲ କୋର୍ଟରୁ ତୁରନ୍ତ ଆସ୍ବସ୍ତି ମିଳିନାହିଁ। ଦିଲ୍ଲୀ ହାଇକୋର୍ଟ ଇଡିରୁ ଜବାବ ମାଗି ଏହାର ଉତ୍ତର ୨ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାର ପରବର୍ତ୍ତୀ ମାମଲାର ଶୁଣାଣି ଏପ୍ରିଲ ୨୨ ରେ ହେବ।
ମାମଲାରେ ପଚରାଉଚରା ପାଇଁ ଇଡି କେଜ୍ରିୱାଲଙ୍କୁ ଡାକିଛନ୍ତି। କିନ୍ତୁ ଗୁରୁବାର ମଧ୍ୟ ସେ ଅନୁସନ୍ଧାନକାରୀ ଏଜେନ୍ସି ନିକଟରେ ହାଜର ହେବେ ନାହିଁ। ଇଡିଙ୍କ ସମନ ଉପରେ ସିଂହଭି ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି ଯେ କେଜ୍ରିୱାଲଙ୍କ ଇଡିରେ ହାଜର ହେବାରେ କୌଣସି ଅସୁବିଧା ନାହିଁ କିନ୍ତୁ ଗିରଫଦାରୀ ହେବ ନାହିଁ ବୋଲି ସେ ନିଶ୍ଚିତ କରିବା ଉଚିତ। ଶୁଣାଣି ସମୟରେ କେଜ୍ରିୱାଲ ଆସନ୍ତାକାଲି ଇଡିରେ ହାଜର ହେବେ କି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହା ଉପରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂହଭି ନା କହିଛନ୍ତି ।
Powered by Froala Editor