ବଡ଼ ପରଦାରେ ଆସିବ ମଧୁବାଲାଙ୍କ ବାୟୋପିକ୍
କିଛି ବର୍ଷ ପୂର୍ବେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଆସିଥିଲା । ଯାହା ସୁପରହିଟ୍ ଥିଲା। ବର୍ତ୍ତମାନ ବଲିଉଡର ଭେଟେରାନ ଅଭିନେତ୍ରୀ ମଧୁବାଲାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। 'ଡାର୍ଲିଂ' ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ଚିତ୍ର ନିର୍ମାତା ଜସ୍ମିତ କେ. ରିନ୍ ଏହି ଜୀବନୀ ଚଳଚ୍ଚିତ୍ରର ସଞ୍ଚାଳନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଉକ୍ତ ବାୟୋପିକ୍ ସମ୍ପର୍କରେ ସୋନି ପିକ୍ଚର୍ସ ଇଣ୍ଟରନ୍ୟାଶନାଲ ପ୍ରଡକ୍ଶନ୍ସ ପକ୍ଷରୁ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡଲ୍ରେ ଘୋଷଣା କରାଯାଇଛି।
ପ୍ରସିଦ୍ଧ ଅଭିନେତ୍ରୀ ମଧୁବାଲାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ। ତାଙ୍କ କ୍ୟାରିଅର୍ ସଫଳ ହୋଇଥିଲା କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ନୁହେଁ । ଏହି ଅଭିନେତ୍ରୀ ଖୁବ୍ କମ୍ ବୟସରେ ଦୁନିଆକୁ ବିଦାୟ ଦେଇଥିଲେ। ବର୍ତ୍ତମାନ ତାଙ୍କର ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି । ଯାହା ମଧୁବାଲାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର।
ହିନ୍ଦୀ ସିନେମାର ସୁବର୍ଣ୍ଣ ଯୁଗରେ ଆଗଧାଡ଼ିର ଅଭିନେତ୍ରୀଙ୍କ ମଧ୍ୟରେ ମଧୁବାଲା ଅନ୍ୟତମ । ମଧୁବାଲା ତାଙ୍କର ସଂକ୍ଷିପ୍ତ ଅଭିନୟ ଜୀବନକାଳରେ 'ମିଷ୍ଟର ଏବଂ ମିସେସ୍ ୫୫', 'ଚଲତି କା ନାମ୍ ଗାଡ଼ି', 'କାଲାପାନି', 'ହାଓ୍ବଡ଼ା ବ୍ରିଜ୍' ଏବଂ 'ମୋଗଲ-ଇ-ଆଜମ' ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୬୯ରେ ମାତ୍ର ୩୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା।
Powered by Froala Editor